scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୬ ନମ୍ୱର ଜାତୀୟ ରାଜପଥରେ ସ୍କର୍ପିଓକୁ ଧକ୍କା ଦେଲା ଟ୍ରକ; ୪ ଆହତ

17/06/2022 at 8:11 PM

ଚଣ୍ଡିଖୋଲ ୧୭/୦୬ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ୧୬ ନମ୍ୱର ଜାତୀୟ ରାଜପଥ ଯାଜପୁର ଜିଲ୍ଲା ଛତିଆରେ ଏକ ସ୍କ୍ରର୍ପିଓକୁ ଗୋଟିଏ ଟ୍ରକ ଧକା ଦେବା ଫଳରେ ସ୍କ୍ରପିଓଟି ଦୁର୍ଘଟଣାଗ୍ରସ୍ତ ହୋଇଛି।  ସ୍କର୍ପିଓରେ ଥିବା ସାତ ଜଣଙ୍କ ମଧ୍ୟରୁ ୨ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।  

ଖବର ଅନୁସାରେ କୋଲକାତାରୁ ପୁରୀ ଯାଉଥିବା ଏକ ସ୍କ୍ରପିଓଟି ଛତିଆରେ ଟ୍ରକକୁ ଧକାଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି।  ଗୋଟିଏ ପରିବାର ଲୋକମାନେ ପୁରୀ ଯାଉଥିଲେ। ଏହି ପରିବାର  କୋଲକାତାର ଜଣେ ପୋଲିସ କର୍ମଚାରୀଙ୍କ ପରିବାର ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଓ ଗୁରୁତରଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପୋଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

   Related Posts