ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଅଚାନକ ଡ୍ୟାମ୍‌ରୁ ମାଡି ଆସିଲା ପାଣି, ନଦୀରେ ଫସିଥିବା ଶିଶୁ ଓ ମହିଳାଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

7/10/2022 at 5:01 PM

ଦେବଗଡ: ଶୁକ୍ରବାର  ଦେବଗଡ ଜିଲ୍ଲା  ଗୋହିରା ନଦୀରେ ଏକ ବଡ ଅଘଟଣରୁ ବାର ଜଣ  ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଶୁକ୍ରବାର ପୂର୍ବାହ୍ନ ସମୟରେ ଜାମୁନାଳୀ ଗ୍ରାମ ନିକଟସ୍ଥ ଗୋହିରା ନଦୀକୁ କିଛି ଲୋକ ମାଛ ମାରିବାକୁ ଯାଇଥିବା ବେଳେ ଅନ୍ୟ କିଛି ଶିଶୁ ଓ ମହିଳା ସ୍ନାନ କରିବାକୁ ଯାଇଥିଲେ । ଏହି ସମୟରେ  ଗୋହିରା ଡ୍ୟାମରୁ ଗେଟ ଖୋଲି ପାଣି ଛଡା ଯାଇଥିଲା । ଫଳରେ ନଦୀ ପାଣି ମଧ୍ୟରେ ବାର ଜଣ ଯାକ ପୁରୁଷ, ମହିଳା ଓ ଶିଶୁ ଫସିଯାଇଥିଲେ।

ଫସିଥିବା ଲୋକଙ୍କ ମଧ୍ୟରୁ ଛଅ ଜଣ ପହଁରି ପହଁରି କୂଳକୁ ଆସିଥିବା ବେଳେ ଅନ୍ୟ ଶିଶୁ ଓ ମହିଳା ମାନେ ପାଣି ମଧ୍ୟରେ ଥିବା ପଥର ଉପରେ ଗଛ ଡାଳକୁ ଧରି ଜୀବନ ରକ୍ଷା କରିଥିଲେ । ଏ ସମ୍ପର୍କରେ ଖବରପାଇ ରିଆମାଳ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଫସିରହିଥିବା ଛଅ ଜଣ ଶିଶୁ ଓ ମହିଳା ମାନଙ୍କୁ ପାଣି ମଧ୍ୟରୁ ଉଦ୍ଧାର କରିଛନ୍ତି । ପାଣି ମଧ୍ୟରେ ଫସିଥିବା ସମସ୍ତ ବ୍ୟକ୍ତି, ମହିଳା ଓ ଶିଶୁ ମାନେ  ଜାମୁନାଳୀ ଗ୍ରାମର ବୋଲି ଜଣାପଡିଛି ।

   Related Posts