ଦେଶର ଗଦ୍ଦାରଙ୍କୁ ଗିରଫ କରି ସଜା ଦିଆଯାଉ, 'ରେବଡ଼ି' ବିରୋଧୀଙ୍କୁ କେଜ୍ରିଓ୍ଵାଲଙ୍କ ଟାର୍ଗେଟ୍

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ 'ରେବଡି କଲଚର'କୁ ନେଇ ପ୍ରତି ଜବାବ ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ ପିଲାଙ୍କୁ ମାଗଣା ଶିକ୍ଷା, ସ୍ଵାସ୍ଥ୍ୟ, ବିଜୁଳି, ପାଣିକୁ ମୁକ୍ତ ରେବଡି କହୁଛନ୍ତି, ସେମାନେ ଦେଶର ଗଦ୍ଦାର। ଏମିତି ଲୋକଙ୍କୁ ଦେଶର ଗଦ୍ଦାର ଘୋଷିତ କରାଯାଇ ଗିରଫ କରାଯାଇ ସଜା ଦିଆଯାଉ। ବିଶେଷ କରି ସେହି ମାନଙ୍କୁ ଯିଏ ଧନୀ ଲୋକଙ୍କ ୧୦ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲ ମାଗଣା ଶିକ୍ଷା, ମାଗଣା ଚିକିତ୍ସା ଏବଂ ମାଗଣା ପାଣି ଦେଉଥିବା ଦେଶ ବିଷୟରେ ଉଲ୍ଲେଖ କରି କହିଛନ୍ତି ସେହି ଦେଶଗୁଡିକ ଧନୀ ଲୋକଙ୍କ ଋଣ ଛାଡ କରି ନାହାନ୍ତି ବରଂ ତାର ସୁବିଧା ଜନତାଙ୍କୁ ଦେଇଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦେଶର ସମସ୍ତ ପିଲାଙ୍କୁ ମାଗଣା ଶିକ୍ଷା, ପ୍ରତି ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି, ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ଦାବି କରିଛନ୍ତି। କେଜ୍ରିଓ୍ଵାଲ ଇସାରା ଇସାରାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

କେଜ୍ରିଓ୍ଵାଲ କହିଛନ୍ତି, ମୁଁ ୧୩୦ କୋଟି ଜନତାଙ୍କ ପକ୍ଷରୁ ସରକାରଙ୍କଠାରେ ଦାବି କରୁଛି ଯେ, ଦେଶର ପ୍ରତିଟି ପିଲାଙ୍କ ପାଇଁ ମାଗଣା ଶିକ୍ଷାର ବ୍ୟବସ୍ଥା କରାଯାଉ। ଏହି ଦେଶରେ ଜନ୍ମ ଗ୍ରହଣ କରୁଥିବା ପ୍ରତିଟି ପିଲାର ଅଧିକାରକୁ ମାଗଣା ରେବଡ଼ି କୁହାଯାଇ ପାରିବ ନାହିଁ। ମୋର ଦାବି ଦେଶର ପ୍ରତିଟି ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଦିଆଯାଉ। ଯେ ପର୍ଯ୍ୟନ୍ତ ରୋଜଗାର ମିଳିନି ସେ ପର୍ଯ୍ୟନ୍ତ ବେରୋଜଗାରୀଙ୍କୁ ଭତ୍ତା ଦିଆଯାଉ। ମୋର ଦାବି ଯେଉଁ ଲୋକେ ନିଜ ବନ୍ଧୁଙ୍କ ୧୦ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି, ଆଇନ ଅଣାଯାଇ ସେମାନଙ୍କୁ ଦେଶର ଗଦ୍ଦାର ଘୋଷିତ କରାଯାଉ। ବ୍ୟାଙ୍କର ଋଣଛାଡ କରିଥିବା ଲୋକଙ୍କୁ ଗିରଫ କରାଯାଇ କଠୋର ସଜା ଦିଆଯିବା ଉଚିତ୍। ଯେଉଁମାନଙ୍କ ଋଣଛାଡ କରାଯାଇଛି, ସେମାନଙ୍କଠୁ କେତେ ଚାନ୍ଦା ମିଳିଛି ତାର ଯାଞ୍ଚ କରାଯାଉ। ସଂକଳ୍ପ ନେବାର ସମୟ ଆମେ ପରିବାରବାଦ ଏବଂ ଦୋସ୍ତବାଦ ସମାପ୍ତ କରି ଭାରତବାଦ ନେଇ କି ଆସିବୁ ବୋଲି କେଜ୍ରିଓ୍ଵାଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.