ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ

Published By : Prameya-News7 Bureau | December 09, 2022 IST

ବରଗଡ: ଆଉ କେଇଟା ଦିନ ପରେ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ଧନୁ ଯାତ୍ରା। ଏ ନେଇ ପ୍ରସ୍ତୁତି ଜୋରଦାରରେ ଚାଲିଛି। କଳାକାରମାନ ରିହଲସେଲରେ ବ୍ୟସ୍ତ ଅଛନ୍ତି। ହେଲେ ଏହା ମଧ୍ୟରେ ଆସିଛି ବଡ ଦୁଃଖଦ ଖବର। ପ୍ରଥମ ଥର ଧନୁଯାତ୍ରାରେ ବଳରାମ ଭୂମିକା ପାଇଁ ମନୋନୀତ ହୋଇଥିବା ୧୨ ବର୍ଷୀୟ ଶ୍ରେୟସଙ୍କ ଅକାଳ ବିୟୋଗ ଘଟିଛି। ବଳରାମ ଚରିତ୍ରରେ ଅଭିନୟ କରିବା ପୂର୍ବରୁ ଆରପାରିକୁ ଚାଲି ଯାଇଛନ୍ତି ଶ୍ରେୟସ। ଏହି ଘଟଣାରେ ସମଗ୍ର ବରଗଡ ସହରରେ ଶୋକର ଲହରି ଖେଳି ଯାଇଛି। ଶ୍ରେୟସ କିଛି ଦିନ ହେବ ସଂଳାପ ଅଭ୍ୟାସ୍ କରୁଥିଲେ।

ସୂଚନା ଅନୁଯାୟୀ, ଶ୍ରେୟସ ପୂଝାରୀ ଆଜି ଘରେ ଖେଳୁଥିବା ସମୟରେ ତଳେ ପଡିଯାଇଥିଲେ। ତାଙ୍କୁ ପ୍ରଥମେ ବରଗଡ଼ ପୁରଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଶ୍ରେୟସକୁ  ୧୨ ବର୍ଷ  ହେଉଥିବା ବେଳେ ସେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତମ ଶ୍ରେଣୀରେ ହିନ୍ଦୀ ବିଭାଗରେ ପାଠ ପଢୁଥିଲେ। ତାଙ୍କ ବାପା ହେଲେ ମହେନ୍ଦ୍ର ପୂଝାରି। ଶ୍ରେୟସ ଗତକାଲି ଧନୁଯାତ୍ରା ପାଇଁ ବଳରାମ ଭୂମିକାରେ ଅଭିନୟ ପାଇଁ ସଂଳାପ ଅଭ୍ୟାସ କରିଥିଲେ। କିନ୍ତୁ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

ଆସନ୍ତା ୨୭ ତାରିଖରୁ ଜାନୁଆରୀ ୬ ପର୍ଯ୍ୟନ୍ତ ହେବାକୁ ଥିବା ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚାଲିଥିଲା ପ୍ରସ୍ତୁତି । ଅମ୍ବାପାଲି  ଗାଁ ପୁରାଣ ବର୍ଣ୍ଣିତ ଗୋପପୁରରେ ଚାଲିଥିଲା ମଞ୍ଚଭ୍ୟାସ।  ଏପଟେ ମଥୁରା ପାଇଁ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଛି ମଞ୍ଚଭ୍ୟାସ ବା ଆଖଡା । ଠିକ ଆଜିର ଦିନରେ ଏକ ଦୁଃଖଦ ଖବରରେ ଭାଙ୍ଗି  ପଡିଛି ଆଉ କିଛି ଦିନ ପରେ ପାଲଟିବାକୁ ଥିବା  ଗୋପ ଓ ମଥୁରାର ନଗରୀର ବାସିନ୍ଦା। ମା ଜୟନ୍ତୀ ପୁଝାରି ଓ ବାପା ମହେନ୍ଦ୍ର ପୁଝାରିଙ୍କ ପୁଅ  ଶ୍ରେୟସ  ଚଳିତ ବର୍ଷ ଧନୁଯାତ୍ରା ପାଇଁ ପ୍ରଥମ ଥର ବଳାରାମ ଭୂମିକାରେ ଅଭିନିୟ ପାଇଁ ମନୋନୀତ ହୋଇଥିବା ବେଳେ ପରିବାର ବନ୍ଧୁ ପରିଜନଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ମନରେ ଖୁସି କହିଲେ ନସରେ । ଆଉ କିଛିଦିନ ପରେ ଅଭିନୟ କରିଥାନ୍ତେ ହେଲେ ହଠାତ ଏପରି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ଏକ ମାତ୍ର ବଡ଼ ଝିଅ ଓ ପୁଅ ଶ୍ରେୟସଙ୍କୁ ନେଇ ଥିଲା ମହେନ୍ଦ୍ର ପୁଝାରୀଙ୍କ ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.