ମନ୍ଦିରରୁ ଚୋରି ସାମଗ୍ରୀକୁ ଫେରାଇଲା ଚୋର, ଛାଡି ଯାଇଥିବା ଚିଠି ପଢ଼ି ଲୋକେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | October 29, 2022 IST

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ବାଲାଘାଟର ଏକ ମନ୍ଦିରରୁ ଅକ୍ଟୋବର ୨୪ରେ ଚୋରି ହୋଇଥିଲା । ଚୋର ଏକ ଜୈନ ମନ୍ଦିରରୁ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିଲା । ଏହି ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ଜୈନ ମନ୍ଦିରରୁ ଚୋରି କରିଥିବା ସବୁ ସାମଗ୍ରୀକୁ ଚୋର ଫେରାଇ ଦେଇଛି । ଏହାସହ ଚୋର ଏକ ଚିଠି ମଧ୍ୟ ଛାଡି ଯାଇଛି । ଚୋରର ଚିଠି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ । ଚିଠି ସହ ମନ୍ଦିରରୁ ଚୋରି କରିଥିବା ସୁନା ଏବଂ ରୁପା ଅଳଙ୍କରାକୁ ଫେରାଇ ଦେଇଛି ।

ଚୋରର ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଚୋର ନିଜ ଚିଠିରେ ଲେଖିଛି, 'ମୋ ଦ୍ୱାରା ଯେଉଁ ଭୁଲ ହୋଇଛି ସେଥିପାଇଁ କ୍ଷମା କରନ୍ତୁ । ଏହି ସାମଗ୍ରୀ ଦ୍ୱାରା ମୋତେ ଅନେକ କ୍ଷତି ପହଞ୍ଚିଛି, ତେଣୁ ମୁଁ ଏହି ସାମଗ୍ରୀ ଫେରାଉଛି' । ଏହାସହ ଚୋର ଲେଖିଛି, 'ଯାହାକୁ ଏହି ସାମଗ୍ରୀ ମିଳିବ, ଜୈନ ମନ୍ଦିରରେ ଦେଇଦେବେ' । ତେବେ ଚୋର ନିଜ ବାବଦରେ କିଛି ଉଲ୍ଲେଖ କରିନାହିଁ । ଚିଠିର ଶେଷରେ ମୁଁ ଏକ ନିରୁଦ୍ଧିଷ୍ଟ ନିବାସୀ ବୋଲି ଚୋର ଲେଖିଛି ।  

ଚୋର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଫେରାଇ ଦେଇଛି । ସୂଚନା ଅନୁସାରେ, ଜୈନ ମନ୍ଦିର ନିକଟ ପଞ୍ଚାୟତ ଭବନ ନିକଟରେ ଚୋରି ସାମଗ୍ରୀ ଛାଡି ଯାଇଥିଲା। ଚୋରର ଏହି ବ୍ୟବହାରରେ ସମସ୍ତେ ଅଶ୍ଚର୍ଯ୍ୟ ହୋଇଛନ୍ତି।  ଅନ୍ୟପଟେ ପୋଲିସ ଏବେବି ଚୋର ସନ୍ଧାନ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.