ବିଶ୍ୱ ତମାଖୁ ବର୍ଜନ ଦିବସ, ପ୍ରସଙ୍ଗ ରହିଛି ‘ଆମର ତମାଖୁ ନୁହେଁ, ଖାଦ୍ୟ ଦରକାର’

Published By : Prameya-News7 Bureau | May 31, 2023 IST

ଭୁବନେଶ୍ୱର ୩୧/୦୫: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ତମାଖୁ ସେବନ ଦ୍ବାରା ସ୍ୱାସ୍ଥ୍ୟ ପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ଏହି ଦିବସ ପାଳନ କରାଯାଉଛି ।

ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଆମର ତମାଖୁ ନୁହେଁ, ଖାଦ୍ୟ ଦରକାର’। ଉଦ୍ଦେଶ୍ୟ ହେଉଛି, ତମାଖୁ ବ୍ୟବହାରର କ୍ଷତିକାରକ ସମ୍ପର୍କରେ ଆଲୋକପାତ କରିବା ଏବଂ ତମାଖୁ ବ୍ୟବହାରକୁ ହ୍ରାସ କରିବା। ତମାଖୁ ସେବନ ଏକ ଗୁରୁତର ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି, ଯାହା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖରେ ପକାଉଛି ।

wp:embed {"url":"https://www.prameyanews7.com/this-airline-will-weigh-passengers-before-they-board-flights/","type":"wp-embed","providerNameSlug":"prameya-news-7"}
https://www.prameyanews7.com/this-airline-will-weigh-passengers-before-they-board-flights/
/wp:embed

ଏଥିସହ ବ୍ୟକ୍ତି, ପରିବାର ଓ ସମାଜ ପାଇଁ ଭାରୀ ଆର୍ଥିକ ତଥା ସାମାଜିକ ବୋଝ ପାଲଟିଛି। ତେଣୁ ତମାଖୁ ସେବନର ବ୍ୟାପକତା ଓ ଜନସ୍ବାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୧୯୮୭ ମସିହାରୁ ତମାଖୁ ବର୍ଜନ ଦିବସ ପାଳନର ପରିକଳ୍ପନା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.