ପାଣି ଟାଙ୍କିରେ ଆତଙ୍କବାଦୀ ଲୁଚାଇଥିଲେ ୫୨ କିଲୋ ବିସ୍ଫୋରକ, କାଶ୍ମୀରରେ ପୁଲଓ୍ଵାମା ପରି ଆକ୍ରମଣ ଟାଳି ଦେଲେ ସେନା

Published By : Prameya-News7 Bureau | September 17, 2020 IST

ଶ୍ରୀନଗର ୧୭।୦୯: ଭାରତୀୟ ସେନା କାଶ୍ମୀରରେ ଗାଦିକଳର କାରେଭା ଅଞ୍ଚଳରେ ଗୁରୁବାର ୫୨ କିଲୋଗ୍ରାମ ବିସ୍ଫୋରକ ଜବତ କରି ପୁଲଓ୍ଵାମା ପରି ଆକ୍ରମଣକୁ ରୋକିବାରେ ସକ୍ଷମ ହୋଇଛି। ଆତଙ୍କବାଦୀ ଏହି ବିସ୍ଫୋରକକୁ ପାଣି ଟାଙ୍କିରେ ଲୁଚାଇ ରଖିଥିଲେ। ଯେଉଁ ସ୍ଥାନରୁ ଏହି ବିସ୍ଫୋରକ ମିଳିଛି, ସେହି ସ୍ଥାନ ନିକଟରେ ହିଁ ଗତ ବର୍ଷ ପୁଲଓ୍ଵାମା ଆକ୍ରମଣ ହୋଇଥିଲା।

ସେନା ଅଧିକାରୀ କହିଛନ୍ତି ବିସ୍ଫୋରକ ଏକ ଜାତୀୟ ରାଜମାର୍ଗ ନିକଟରୁ ଜବତ କରାଯାଇଛି। ଯେଉଁ ସ୍ଥାନରୁ ବିସ୍ଫୋରକ ଜବତ ହୋଇଛି ସେହି ସ୍ଥାନ ନିକଟରେ ଗତ ବର୍ଷ ପୁଲଓ୍ଵାମାରେ ଆକ୍ରମଣ ହୋଇଥିଲା। ଏହି ଆତଙ୍କୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ସେନାର ଅଧିକାରୀ କହିଛନ୍ତି ଆମେ ପୁଲଓ୍ଵାମା ପରି ଆଉ ଏକ ଆକ୍ରମଣ ଟାଳିବାରେ ସଫଳ ହୋଇଛୁ।

ଅଧିକାରୀ କହିଛନ୍ତି ତଲାସି ଅଭିଯାନ ସମୟରେ ସକାଳ ପ୍ରାୟ ୮ଟାରେ ପାଣି ଟାଙ୍କିରୁ ବିସ୍ଫୋରକ ଜବତ କରିଛି। ଜଣେ ଅଧିକାରୀ କହିଛନ୍ତି ବିସ୍ଫୋରକର ୪୧୬ ପ୍ୟାକେଜ୍‌ ଜବତ କରାଯାଇଛି। ପ୍ରତି ପ୍ୟାକେଟ୍‌ର ଓଜନ ୧୨୫ ଗ୍ରାମ ରହିଛି। ଇଲାକାରେ ତଲାସି ଅଭିଯାନ ଜୋରଦାର କରାଯାଇଛି। ଏହି ସମୟରେ ଆଉ ଏକ ପାଣି ଟାଙ୍କିରୁ ୫୦ ଡେଟୋନେଟର ଜବତ କରାଯାଇଛି। ଅଧିକାରୀ କହିଛନ୍ତି ଏହି ବିସ୍ଫୋରକକୁ ସୁପର-୯୦ କିମ୍ବା ଏସ-୯୦ ନାମରେ ଜଣାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.