ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

କୂଳ ଲଙ୍ଘୁଛି ସମୁଦ୍ର: ପୁଣି ଭାସିଲା ଅସ୍ଥାୟୀ ସୁରକ୍ଷା ବାଡ଼, ବିପଦରେ ପୁରୀ-କୋଣାର୍କ ବେଳାମାର୍ଗ

25/09/2022 at 9:35 PM

କୋଣାର୍କ: ପୁଣି ଅଶାନ୍ତ ହୋଇ ଉଠିଛି ସମୁଦ୍ର I ପୁରୀ-କୋଣାର୍କ ବେଳାମାର୍ଗ ଅସ୍ଥାୟୀ ସୁରକ୍ଷା ବାଡ଼ ସମୁଦ୍ର ଜୁଆର ମାଡ଼ରେ ଧୋଇଯାଇଛି I ବାଲିବସ୍ଥା, କାଠ ବଲହାକୁ ଭସାଇନେଇଛି I ଅସୁରକ୍ଷିତ ହୋଇପଡିଛି ବେଳାମାର୍ଗ I ଚନ୍ଦ୍ରଭାଗରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ 3କିମି ଏହି ରାସ୍ତା ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି ବାରମ୍ବାର  ସମୁଦ୍ର ଅଶାନ୍ତ ହୋଇ କୂଳ ଲଙ୍ଘିବା ସହିତ ମୁଖ୍ୟ ରାସ୍ତା ପାର୍ଶ୍ୱକୁ ମାଡି ଆସୁଛି I

 ଗତ ସେପ୍ଟେମ୍ୱର ୧୧ ତାରିଖରେ ସମୁଦ୍ର ଉଚ୍ଚ ଜୁଆର ମାଡ଼ରେ ରାମଚଣ୍ଡୀ ମୁହାଣ ନିକଟ ବେଳାମାର୍ଗ ସୁରକ୍ଷା ପ୍ରାଚୀର ଧସିଯାଇଥିଲା I ପ୍ରାଚୀର ଭାଙ୍ଗି ବଡ଼ ବଡ଼ ପଥର ଖଣ୍ଡ ସବୁ ବେଳାଭୂମିରେ ପଡିରହିଥିଲା  I ତୁରନ୍ତ ଏନଏଚଏଆଇ ପକ୍ଷରୁ ବାଲିବସ୍ଥା, ବଲ୍ହା ପକାଇ ଅସ୍ଥାୟୀ ସୁରକ୍ଷା ବାଡ଼ ନିର୍ମାଣ ହୋଇଥିଲା I ହେଲେ ଏବେ ଏହା ସୁରକ୍ଷିତ ରହୁନି I ସମୁଦ୍ର ଜୁଆର ସିଧାସଳଖ ମୁଖ୍ୟ ରାସ୍ତାକୁ ଗିଳିବାକୁ ବସିଥିବାବେବେଳେ ଇକୋ ରିଟ୍ରୀଟ ରାସ୍ତା ପ୍ରାୟ  ଅଧା ଧସିଗଲାଣି I ଆଉ କିଛି ଦିନ ଗଲେ ରାସ୍ତା ସମ୍ପୂର୍ଣ ଧୋଇଯିବା ଆଶଙ୍କା ଦେଖାଦେଇଛି I ଏହି ରାସ୍ତା ଉପରେ ନିର୍ଭର କରୁଥିବା ପର୍ଯ୍ୟଟକ ସ୍ଥାନୀୟ ଗ୍ରାମବାସୀମାନେ ଏବେ  ଚିନ୍ତାରେ ପଡିଛନ୍ତି । ଚନ୍ଦ୍ରଭାଗାରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ  ତୁରନ୍ତ ଜିଓ ସିଂଥେଟିକ ୱାଲ ତଥା ସୁରକ୍ଷା ପାଚେରୀର ଆବଶ୍ୟକତା ରହିଛି I

   Related Posts