ଡିସେମ୍ୱର ୨୪ରୁ ବଢ଼ିବ ତାପମାତ୍ରା; ୨୪ ରୁ ୨୬ ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
22/12/2022 at 11:43 PM

ଭୁବନେଶ୍ୱର ୨୨/୧୨: ଆହୁରି ଦୁଇ ଦିନ ରହିବ ଶୀତର ପ୍ରଭାବ। ଡିସେମ୍ୱର ୨୪ରୁ ତାପମାତ୍ରା ବଢ଼ିବ। ଗୁରୁବାର ୮ଟି ଜାଗାରେ ୧୦ଡିଗ୍ରୀ ତଳେ ତାପମାତ୍ରା ରହିଥିବା ବେଳେ ଲଗାତାର ୩ ଦିନ ଧରି ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ପାଣିପାଗ ବିଶେଷଜ୍ଞଙ୍କ ମତ ୨୪ ରୁ ୨୮ ଯାଏଁ ଶୀତର ପ୍ରକୋପ କମିବ। ଡିସେମ୍ୱର ୨୯ରୁ ପୁଣି ଶୀତ ବଢ଼ିବ। ଡିସେମ୍ୱର ୨୪ରୁ ରାତି ତାପମାତ୍ର ୨ ରୁ ୩ ଡିଗ୍ରୀ ବଢ଼ିବ। ଗତକିଛି ଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଘନ କୁହୁଡିରେ ଢାଙ୍କି ରହୁଛି ଦିନ ପ୍ରହର। ଲଗାତର ୩ ଦିନ ଧରି କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଗୁରୁବାର ମଧ୍ୟ ସର୍ବନିମ୍ନ ରାତି ତାପମାତ୍ରା ୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ୧୪.୬ ଓ କଟକରେ ୧୪.୪ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି।
ତେବେ ଡିସେମ୍ୱର ୨୪ରୁ ରାତ୍ରି ତାପମାତ୍ର ୨ ରୁ ୩ ଡିଗ୍ରୀ ବଢ଼ିବ। ଫଳରେ ଶୀତର ପ୍ରକୋପ କମିବା ନେଇ ପାଣିପାଗ ବିଭାଗ କହିଛି। ଏହାସହ ଗୁରୁଚାପ ବଳୟ ଧିରେଧିରେ ପୂର୍ବ ଆଡକୁ ମୁହାଁଇବା ସହ ରାଜ୍ୟରେ ସାମୂଦ୍ରିକ ବାୟୁ ପ୍ରଭାବ ବଢ଼ିବ। ଫଳରେ ଡିସେମ୍ୱର ୨୪, ୨୫ ଓ ୨୬ରେ ଉପକୂଳ ସହିତ ଆଭ୍ୟନ୍ତରୀଣ ଜିଲ୍ଲାରେ କୁହୁଡ଼ିର ଅଧିକ ପ୍ରଭାବ ସମ୍ଭାବନା ରହିଛି। ମୁଖ୍ୟତଃ ଉତ୍ତର ଓଡ଼ିଶାର ବାଲେଶ୍ୱର, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳରେ ଜାତାୟତ ସ୍ଥିତିରେ ବାଧାପ୍ରାପ୍ତ ହୋଇପାରେ ବୋଲି ପାଣିପାଗ ବୈଜ୍ଞାନିକ କହିଛନ୍ତି। ସେପଟେ ପାଣିପାଗ ବିଶେଷଜ୍ଞଙ୍କ ମତ ୨୪ ରୁ ୨୮ ଯାଏଁ ଶୀତର ପ୍ରକୋପ କମିବ। ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟିହେବ। ୨୪ ରୁ ୨୬ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ତେବେ ୨୯ ରୁ ପୁଣି ତାପମାତ୍ରା କମିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
ଗତ କିଛିଦିନ ହେଲା କୋହଲା ପାଗ ସାଙ୍ଗକୁ ପବନରେ ଶୀତ ବଢ଼ି ଅଧିକ ଅନୁଭୂତ ହେଉଥିବା ବେଳେ ଗୁରୁବାର ଦିନ ୧୧ଟା ଯାଏଁ ମଧ୍ୟ ଭୁବନେଶ୍ୱରରେ ଶୀତର ପ୍ରକୋପ ଅନୁଭୂତ ହୋଇଛି। ଆଗାମୀ ୨ ଦିନ ପରେ ପାଗରେ ପରିବର୍ତ୍ତନ ହେବା ସହ ରାଜ୍ୟର କେତେକ ସ୍ଥାନରେ ବର୍ଷା ସହ ଘଡଘଡି ହୋଇପାରେ।