ଦିନରେ ବଢିବ ତାତି, ମାର୍ଚ୍ଚ ୩ରେ ଭୁବନେଶ୍ୱର ଛୁଇଁବ ୩୮ ଡିଗ୍ରୀ !

Published By : Prameya-News7 Bureau | March 01, 2024 IST

ଭୁବନେଶ୍ୱର: ରାଜ୍ୟରେ ଦିନ ତାପମାତ୍ରା ପୁଣି ବଢ଼ିଛି । ଗତ ତିନି ଦିନ ଧରି ମେଘୁଆ ପାଗ ଯୋଗୁ ଦିନ ତାପମାତ୍ରା ଖସିଥିଲା । ଏବେ ପୁଣି ବଢ଼ିଛି । ଆସନ୍ତା ୩ ଓ ୪ ତାରିଖରେ ପଶ୍ଚିମ ଓଡ଼ିଶାର  ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବି ସ୍ୱଳ୍ପ ବର୍ଷା ହୋଇପାରେ ।

ଗୁରୁବାର ୫ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଛି । ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୭  ଡିଗ୍ରୀ ରହିଛି। ପାରଳାଖେମୁଣ୍ଡିରେ ୩୬, ବୌଦ୍ଧରେ  ୩୫.୫, ଟିଟିଲାଗଡ଼ରେ ୩୫ ଓ ନବରଙ୍ଗପୁରରେ ୩୫  ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ସବୁ ଜିଲ୍ଲାରେ ଦିନ  ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା ।

ପଢନ୍ତୁ: ଭାରତର ପାଣିପାଗ ନେଇ ବଡ ଚେତାବନୀ, ତାପମାତ୍ରା ୩ ଡିଗ୍ରୀ ବଢିଲେ ଭୟଙ୍କର ହେବ ସ୍ଥିତି

ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ତାପମାତ୍ରା ବଢ଼ିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କରିଥିଲେ। ମାର୍ଚ୍ଚ ୩ରେ ରାଜଧାନୀରେ ତାତି ୩୮ ଡିଗ୍ରୀ ପାର୍‌ କରିବ ବୋଲି ସେ ଆକଳନ କରିଛନ୍ତି । ୫ସୁଦ୍ଧା ଦିନ ତାପମାତ୍ରା ୩  ଡିଗ୍ରୀ ଯାଏ ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।  ଦକ୍ଷିଣ ଓ ଉତ୍ତର ଅଭ୍ୟନ୍ତରରେ ବି ଦିନ ତାପମାତ୍ରା ବଢ଼ିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.