ଖୋଲିବ କି କେକେଆର ଭାଗ୍ୟ ? ଟିମ୍‌କୁ ଚାମ୍ପିଆନ କରିପାରେ ୬ ବର୍ଷର ରେକର୍ଡ...

Published By : Prameya-News7 Bureau | May 23, 2024 IST

ମୁମ୍ବାଇ ୨୩।୦୫ : ଆଇପିଏଲ୍‌ ୨୦୨୪ । ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଟୁର୍ଣ୍ଣାମେଣ୍ଟ । ଆଉ କିଛିଟା ମ୍ୟାଚ୍‌ ପରେ ଟୁର୍ଣ୍ଣାମେଣ୍ଟର ଦ ଏଣ୍ଡ । ମିଳିବ ନୂଆ ଚମ୍ପିଆନ୍‌ ଦଳ । ଆଉ ହାତେଇବା ୧୭ ତମ ସିଜିନ୍‌ର ଟ୍ରଫି । ପ୍ରଥମ କ୍ୱାଲିଫାୟର ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ ବିଜୟୀ ହୋଇ ଫାଇନାଲରେ କରିଛି ଏଣ୍ଟ୍ରି । ଆଉ ପରାଜିତ ସନରାଇଜର୍ସ ହାଇଦ୍ରାବାଟ୍‌ ଟିମ୍‌ କ୍ୱାଲିଫାୟର ୨ ଖେଳିବାକୁ ହେଉଛି ପ୍ରସ୍ତୁତ । ଆସନ୍ତା ୨୪ ତାରିଖରେ ରାଜସ୍ଥାନ ରୟାଲ୍ସ ସହ ୨ୟ କ୍ୱାଲିଫାୟର ମୁକାବିଲା ଖେଳିବ ହାଇଦ୍ରାବାଦ୍‌ । ୨ୟ କ୍ୱାଲିଫାୟରର ବିଜେତା ଟିମ୍‌ ଫାଇନାଲରେ କୋଲକାତାକୁ ଭେଟିବ । ଚେନ୍ନାଇର ଚେପକ ଷ୍ଟାଡିୟମ୍‌ରେ ଆସନ୍ତା ୨୬ ତାରିଖ ଦିନ ଖେଳାଯିବ ଏହି ମୁକାବିଲା । ତେବେ ଫାଇନାଲ ପୂର୍ବରୁ ଗତ ୬ ବର୍ଷ ଧରି ଆଇପିଏଲ୍‌ରେ ଚାଲିଆସିଥିବା ଏକ ରେକର୍ଡ ବିଷୟରେ ଆମେ ଆପଣଙ୍କୁ କହିବୁ । ଯଦି ଏହି ରେକର୍ଡ ସତ ହୁଏ... ତେବେ କୋଲକାତା ନାଇଟ୍‌ ରାଇଡର୍ସ ୨୦୨୪ ସିଜିନ୍‌ରେ ଆଇପିଏଲ୍‌ ଟ୍ରଫି ହାତେଇପାରେ । ଆସନ୍ତୁ ଜାଣିବା କଣ ଏହି ରେକର୍ଡ...

୨୦୧୮ରୁ ଆଇପିଏଲ୍‌ ଏକ ଧାରା ଚାଲିଆସିଛି । କ୍ୱାଲିଫାୟର ୧ ମୁକାବିଲାର ବିଜୟୀ ଟିମ୍‌ ହିଁ ସେହି ବର୍ଷ ଆଇପିଏଲ୍ ଚମ୍ପିଆନ୍‌ ହେଉଛି । ୨୦୧୮ରେ କ୍ୱାଲିଫାୟର ୧ରେ ହାଇଦ୍ରାବାଦ୍‌କୁ ହରାଇ ଫାଇନାଲରେ ଏଣ୍ଟ୍ରି କରିଥିଲା ଚେନ୍ନାଇ ସୁପର କିଙ୍ଗସ । ଆଉ ସେହି ବର୍ଷ ଚମ୍ପିଆନ୍‌ ବି ହୋଇଥିଲା ଚେନ୍ନାଇ ସୁପର କିଙ୍ଗସ୍‌ । 

୨୦୧୯ର ସିଜିନ୍‌ର ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଚେନ୍ନାଇକୁ ହରାଇ ଫାଇନାଲରେ ଏଣ୍ଟ୍ରି ମାରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଆଉ ସେହି ବର୍ଷ ଚମ୍ପିଆନ୍‌ ବି ଚମ୍ପିଆନ୍‌ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । 

୨୦୨୦ ସିଜିନ୍‌ର ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମୁକାବିଲରେ ବିଜୟୀ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ କରିଲେ ଏଣ୍ଟ୍ରି । ଆଉ ସେହି ବର୍ଷ ଫାଇନାଲଲେ ଦିଲ୍ଲୀକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ହେଲା ଚମ୍ପିଆନ୍‌ । 

୨୦୨୧ ସିଜିନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଗଲା ପ୍ରଥମ କ୍ୱାଲିଫାୟର । ଏହି ମ୍ୟାଚ୍‌ରେ ବାଜି ମାରିନେଲା ଚେନ୍ନାଇ ସୁପରକିଙ୍ଗସ୍ । ଆଉ ସେହି ବର୍ଷ ଫାଇନାଲରେ କୋଲକାତାକୁ ହରାଇ ସିଏସ୍‌କେ ହୋଇଥିଲା ଚମ୍ପିଆନ୍‌ । 

୨୦୨୨ ସିଜିନ୍‌ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଗଲା ପ୍ରଥମ କ୍ୱାଲିଫାୟର ମୁକାବିଲା । ଏହି ମ୍ୟାଚ୍‌କୁ ନିଜ ନାମରେ କରିବାରେ ସଫଳ ହୋଇଥିଲା ଗୁଜରାଟ ଟାଇଟନ୍ସ । ଶେଷରେ ଫାଇନାଲ ମୁକାବିଲାରେ ରାଜସ୍ଥାନକୁ ହରାଇ ଗୁଜରାଟ ଟାଇଟନ୍ସ ଚମ୍ପିଆନ୍‌ ହୋଇଥିଲା । 

୨୦୨୩ ସିଜିନ୍‌ର ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ । ଶେଷରେ ପ୍ରଥମ କ୍ୱାଲିଫାୟରରେ ବିଜୟୀ ହୋଇଥିଲା ଚେନ୍ନାଇ ସୁପରକିଙ୍ଗସ୍‌ । ଆଉ ଶେଷରେ ୨୦୨୩ ଆଇପିଏଲ୍‌ ସିଜିନ୍‌ରେ ଚମ୍ପିଆନ୍‌ ହେଲା ଚେନ୍ନାଇ ସୁପର କିଙ୍ଗସ । 

  • BCCI
  • IPL
  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.