scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆୟରଲାଣ୍ଡ ଗସ୍ତରେ ଭାରତୀୟ ଖେଳାଳି, ଅଧିନାୟକ ବୁମରାଙ୍କ ଚେହେରାରେ ଝଲସିଲା ଖୁସି

15/08/2023 at 5:05 PM

ନୂଆଦିଲ୍ଲୀ: ଭାରତୀୟ ଦଳର ଓ୍ଵେଷ୍ଟଇଣ୍ଡିଜ ଗସ୍ତ ସମାପ୍ତ ହୋଇଛି। ଏହା ପରେ ଖୁବ୍ ଶୀଘ୍ର ଭାରତ ଆୟରଲାଣ୍ଡ ଗସ୍ତ କରିବ। ଏହି ସିରିଜ୍‌ରେ ଏକ ଭିନ୍ନ ଦଳ ଦେଖିବାକୁ ମିଳିବ। ଏପରିକି ଭାରତୀୟ ଦଳ ନୂତନ ଅଧିନାୟକଙ୍କ ନେତୃତ୍ଵରେ ମଇଦାନକୁ ଓହ୍ଲାଇବ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ଵ ନେଇଥିଲେ। କିନ୍ତୁ ଆୟରଲାଣ୍ଡ ବିପକ୍ଷରେ ଯଶପ୍ରୀତ ବୁମରାଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ବୁମରାଙ୍କ ନେତୃତ୍ଵାଧୀନ ଦଳ ଆୟରଲାଣ୍ଡ ଯାତ୍ରା କରିଛନ୍ତି। ମଙ୍ଗଳବାର ଏହାର ସୂଚନା ଦେଇଛି ଖୋଦ୍ ବିସିସିଆଇ।

Also read- Asia Cup 2023 : ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଜିତିବାରେ ସବୁଠୁ ଆଗରେ ଟିମ୍‌ ଇଣ୍ଡିଆ, ଶେଷରେ ପାକିସ୍ତାନ

ବିସିସିଆଇ ନିଜର ଏକ୍ସ ହ୍ୟାଣ୍ଡେଲରେ ଦଳର ଆୟରଲାଣ୍ଡ ଯାତ୍ରା କରିବାର ଅନେକ ଫଟୋ ସେୟାର କରିଛି। ଏହି ଫଟୋରେ ଯଶପ୍ରୀତ ବୁମରା, ଋତୁରାଜ ଗାଏକଓ୍ଵାଡ଼, ପ୍ରସିଦ୍ଧ କୃଷ୍ଣା, ଜିତେଶ ଶର୍ମା, ରିଙ୍କୁ ସିଂ, ଶିବମ ଦୁବେ ଓ ଓ୍ଵାଶିଂଟନ ସୁନ୍ଦରଙ୍କୁ ଦେଖିବାକୁ ମିଳିଛି। ବୁମରାଙ୍କ ଚେହେରାରେ ଏକ ଭିନ୍ନ ଖୁସି ଦେଖିବାକୁ ମିଳିଛି। କାରଣ ସେ ପ୍ରଥମ ଥର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦଳର ନେତୃତ୍ଵ ନେଉଛନ୍ତି। ଏହା ବ୍ୟତୀତ ସେ ପ୍ରାୟ ଦେଢ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ଯାଉଛନ୍ତି।

ଭାରତର ଆୟରଲାଣ୍ଡ ଗସ୍ତ ଅଗଷ୍ଟ ୧୮ରୁ ଆରମ୍ଭ ହେବ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ସମସ୍ତ ମୁକାବିଲା ଡବଲିନ୍‌ରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍ ଅଗଷ୍ଟ ୨୦ ଏବଂ ତୃତୀୟ ମ୍ୟାଚ୍ ଅଗଷ୍ଟ ୨୩ ତାରିଖରେ ଖେଳାଯିବ। ଏହା ପରେ ଭାରତୀୟ ଦଳ ଏସିଆ କପ୍ ଖେଳିବ। ଏହା ପୂର୍ବରୁ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ଖେଳାଳିଙ୍କ ଶିବିର ଲାଗିବ। ବୁମରାଙ୍କୁ ମଧ୍ୟ ଏସିଆ କପ୍ ୨୦୨୩ରେ ଖେଳୁଥିବା ଦେଖିବାକୁ ମିଳିପାରେ।

   Related Posts