ଆସିଲେନି ଶିକ୍ଷକ, ସ୍କୁଲରେ ଝୁଲିଲା ତାଲା

Published By : Prameya-News7 Bureau | November 05, 2022 IST

ନାରାୟଣପାଟଣା: ଶିକ୍ଷକ ଖୋଜୁଛି ଶିକ୍ଷାନୁଷ୍ଠାନ ଆଉ ସ୍କୁଲରେ ପଡିଛି ତାଲା । ସ୍କୁଲରେ ଦୀର୍ଘ ଘଣ୍ଟା ଧରି ସାରଙ୍କ ଅପେକ୍ଷାରେ ରହି ଘରକୁ ଫେରିଲେ ଛାତ୍ରଛାତ୍ରୀ ।୨ ଟି ଶିକ୍ଷକ ଥାଇ ବି ସ୍କୁଲ ଆସିନାହାନ୍ତି। ଦୁର୍ଗମ ଅଞ୍ଚଳର ଶିକ୍ଷାର ବାସ୍ତବ ଚିତ୍ର । ମାଓ ଅଧ୍ୟୁଷିତ ନାରାୟଣପାଟଣାରୁ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ନାରାୟଣପାଟଣା ବ୍ଲକ୍ କିଲିମିସି ଗାଁ ସରକାର ସଭିଏଁ ପଢିବେ ସଭିଏଁ ବଡିବେ କହୁଥିବା ବେଳେ ଏ ହେଉଛି ପିଲାଙ୍କ ଭବିଷ୍ୟତ। ପିଲାମାନେ ସ୍କୁଲ ଗଲେ। ହେଲେ ଦୁଇ ଶିକ୍ଷକଙ୍କ ଦେଖା ନାହିଁ। ଦୀର୍ଘ ସମୟ ସ୍କୁଲରେ ରହିବା ପରେ ଘରକୁ ଫେରି ଆସିଛନ୍ତି ଛାତ୍ରଛାତ୍ରୀ। ଏହା ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଁ ଲୋକେ। ଆଉ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ଅବିଭାବକମାନେ। ତେବେ ଖବର ପ୍ରସାରଣ ନ କରିବାକୁ ଶିକ୍ଷକ ଗୁହାରି କରିଥିବା ଦେଖିବାକୁ  ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.