ଓଡିଶାରେ ପ୍ରଥମ ଥର ଆରମ୍ଭ ହେବ ଟି-୨୦ ଲିଗ୍ ମ୍ୟାଚ୍: ଶ୍ରେଷ୍ଠ ୮୪ ଜଣ ଖେଳଳୀଙ୍କୁ ନେଇ ଆରମ୍ଭ ହେବ ଏହି ଲିଗ୍

Published By : Prameya-News7 Bureau | November 30, 2020 IST

କଟକ୩୦/୧୧: ଓସିଏ ଆରମ୍ଭ କରିବ ଘରୋଇ ଟି-୨୦ ଲିଗ୍ ମ୍ୟାଚ୍। ୬ଟି ଟିମକୁ ନେଇ ଆରମ୍ଭ ହେବ ଏହି ଟି-ଟ୍ବେଣ୍ଟି ଲିଗ୍। ଓଡିଶା କ୍ରିକେଟ ଲିଗ୍ ବା ଓସିଏଲ ନାଁରେ ଖେଳାଯିବ । ଆସନ୍ତା ୫ ତାରିଖରୁ ଖେଳାଳୀ ଚୟନ କରାଯିବ।

{"id":370452,"sizeSlug":"large"}

ପ୍ରଥମ ଥର ଲାଗି ଟି-୨୦ ଲିଗ୍ ଆରମ୍ଭ କରିବାକୁ ଯାଉଛି ଓଡିଶା କ୍ରିକେଟ ଆସୋସିଏସନ। ଓଡିଶା କ୍ରିକେଟ ଲିଗ୍ ବା ଓ ସି ଏଲ୍ ନାଁରେ ଏହି ଟି ଟ୍ବେଣ୍ଟି ଆରମ୍ଭ କରାଯିବ। ସୋମବାର ଓସିଏର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୫ ତାରିଖରୁ ଏଥିପାଇଁ ଖେଳାଳୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ।

ରାଜ୍ୟର ଶ୍ରେଷ୍ଠ ୮୪ ଜଣ ଖେଳଳୀଙ୍କୁ ନେଇ ଏହି ଲିଗ୍ ଆରମ୍ଭ କରାଯିବ। ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଏପରି ଟି -୨୦ ଲିଗ୍ ଆରମ୍ଭ କରାଯାଉଥିବା ଓସିଏ କହିଛି।ପୂର୍ବରୁ ବେଙ୍ଗଲ, ଆସାମ, ଝାଡଖଣ୍ଡ, କେରଳ ଓ ପୁଡୁଚେରୀରେ ଏଭଳି ଲିଗ୍ ଆରମ୍ଭ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.