ଇଶାନ ଓ ଆୟରଙ୍କ ଚୟନ ଉପରେ ସଙ୍କଟ, ଟିମ୍ ଇଣ୍ଡିଆକୁ ଫେରିବା ପାଇଁ IPL ପର୍ଯ୍ୟାପ୍ତ ନୁହେଁ !

Published By : Prameya-News7 Bureau | March 03, 2024 IST

ନୂଆଦିଲ୍ଲୀ: ଶ୍ରେୟସ ଆୟର ଓ ଇଶାନ କିଶନଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ମୁସ୍କିଲ। ବିସିସିଆଇର ନିର୍ଦ୍ଦେଶକୁ ଅଣଦେଖା କରି ରଣଜୀ ଟ୍ରଫି ନ ଖେଳିବା ଉଭୟ ଖେଳାଳିଙ୍କୁ କେତେ ଯେ ମହଙ୍ଗା ପଡ଼ିବ ତାହା ସମୟ କହିବ। ବିସିସିଆଇ ଦୁଇ ଖେଳାଳିଙ୍କୁ ଖେଳାଳିଙ୍କ ବାର୍ଷିକ ଅନୁବନ୍ଧ ତାଲିକାରୁ ବାଦ୍ ଦେଇ ସାରିଛି।

ସୂଚନାଯୋଗ୍ୟ, ମାନସିକ ଥକ୍କାପଣର କାରଣ ଦର୍ଶାଇ କ୍ରିକେଟରୁ ବିରତି ନେଇଥିଲେ ଇଶାନ କିଶନ। ଏହି ସମୟରେ ତାଙ୍କୁ ପାର୍ଟି କରୁଥିବା ଏବଂ ଆଇପିଏଲ୍ ପ୍ରସ୍ତୁତି କରୁଥିବା ଦେଖିବାକୁ  ମିଳିଥିଲା। ସେ ବିସିସିଆଇର ନିର୍ଦ୍ଦେଶକୁ ଅଣଦେଖା କରି ରଣଜୀ କ୍ରିକେଟ୍ ଖେଳି ନ ଥିଲେ। ଅନ୍ୟପଟେ ଶ୍ରେୟସ ଆୟର ଆହତର ବାହାନା ଦର୍ଶାଇ ରଣଜୀ ଟ୍ରଫିର କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ଖେଳି ନ ଥିଲେ। କିନ୍ତୁ ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ଶିବିରରେ ଦେଖିବାକୁ ମିଳିଥିଲା। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଦୁଇ ଖେଳାଳି ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କଲେ ସୁଦ୍ଧା ଦଳରେ ଚୟନ ପାଇଁ ତାଙ୍କ ନାଁ ଉପରେ ବିଚାର କରାଯିବ ନାହିଁ। ଦୁହିଁଙ୍କୁ ପୁଣି ଥରେ ଘରୋଇ କ୍ରିକେଟ୍ ଖେଳିବାକୁ ପଡ଼ିବ ଏବଂ ତାପରେ ଯାଇ ଦଳରେ ସ୍ଥାନ ମିଳିବ।

wp:heading {"level":4}

Also read- ‘ମୁଁ କାହାକୁ ଖାତିର କରୁନାହିଁ…ମୋତେ ହଜାରେ ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ…’ ପାଣ୍ଡ୍ୟାଙ୍କ ମନ୍ତବ୍ୟ କାହାକୁ କରୁଛି ଇଙ୍ଗିତ ?

/wp:heading

ସୂତ୍ର ଅନୁଯାୟୀ, ଇଶାନଙ୍କୁ ତାଙ୍କ ଇଚ୍ଛା ମୁତାବକ ଅବକାଶ ମିଳିଥିଲା, ମାତ୍ର ସେ ଏନସିଏ କିମ୍ବା ରାଜ୍ୟ କ୍ରିକେଟ୍ ସଂଘକୁ ଅବଗତ କରାଇ ନ ଥିଲେ। ସେ ଆଇପିଏଲ୍ ପାଇଁ ଏକାକୀ ପ୍ରଶିକ୍ଷଣ ଜାରି ରଖିଥିଲେ। ଏମିତି ସ୍ଥିତିରେ ବିସିସିଆଇ ପାଖରେ କେନ୍ଦ୍ରୀୟ ଅନୁବନ୍ଧ ଉପରେ ପ୍ରସ୍ତାବ ଦେବାର କୌଣସି କାରଣ ନ ଥିଲା। ଅନ୍ୟ ପଟେ ଶ୍ରେୟସ ଆୟରଙ୍କ ପାଇଁ ଦ୍ଵାର ଖୋଲା ରହିଛି, ଯଦି ସେ ନିୟମିତ ଭାବେ ଘରୋଇ କ୍ରିକେଟ୍ ଖେଳିବେ। ଆଇପିଏଲ୍ ଆଧାରରେ ଟି-୨୦ ବିଶ୍ଵକପ୍ ପାଇଁ ଦଳ ଚୟନ ହୋଇପାରେ। ତେବେ ଘରୋଇ  କ୍ରିକେଟ୍ ଖେଳିନ ଥିବାରୁ ଉଭୟଙ୍କ ବିଶ୍ଵକପ୍ ଖେଳିବା ଉପରେ ସନ୍ଦେହ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.