ଉତ୍ତର ପ୍ରଦେଶ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, ୬୯ ହଜାର ଆଶାୟୀଙ୍କ ନୂଆ ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ଥିଲା ଆଦେଶ

Published By : Prameya-News7 Bureau | September 09, 2024 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ୬୯ ହଜାର ଶିକ୍ଷକ ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି। ଏଥିରେ ନୂଆ କରି ସଂରକ୍ଷଣ ନିୟମ ଅନୁଯାୟୀ, ମେରିଟ୍‌ ଲିଷ୍ଟ ଜାରି କରିବାକୁ ଆଦେଶ ଦିଆଯାଇଥିଲା। ହାଇକୋର୍ଟଙ୍କ ଆଦେଶ ପରଠାରୁ ରାଜ୍ୟରେ ଏହି ନିଷ୍ପତ୍ତିର ଫାଇଦା ଏବଂ କ୍ଷତିକୁ ନେଇ ଲୋକେ ଆନ୍ଦୋଳନ କରୁଛନ୍ତି । ହାଇକୋର୍ଟଙ୍କ ଆଦେଶ ବିରୋଧରେ କିଚି ପ୍ରାର୍ଥୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଆଉ ଏହାର ଶୁଣାଣି କରି ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବା ସହ ସବୁ ପକ୍ଷଙ୍କୁ ନୋଟିସ ଜରି କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୫ରେ ମାମଲାର ଆଗାମୀ ଶୁଣାଣି ହେବ। 

୬୯ ହଜାର ଶିକ୍ଷକ ନିଯୁକ୍ତି ମାମଲାରେ ଲକ୍ଷ୍ନୌ ବେଞ୍ଚ ହାଇକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଯେତେବେଳେ ନୂଆ ମେରିଟ ଲିଷ୍ଟ ତିଆରି ଜାରି କରିବାକୁ ଆଦେଶ ଦେଇଥିଲେ ସେତେବେଳେ ବିରୋଧ ଆରମ୍ଭ ହୋଇଥିଲା। ଗୋଟିଏ ପଟେ ନିଯୁକ୍ତି ପାଇସାରିଥିବା ଆଶାୟୀ ଚାକିରି ଯିବା ଭୟରେ ବିରୋଧ ପ୍ରଦର୍ଶନ କରୁଥିଲେ। ଆଉ ଅନ୍ୟପଟେ ନିଯୁକ୍ତି ପାଇପାରିନଥିବା ଆଶାୟୀ ନୂଆ ଲିଷ୍ଟ ଜାରି ପାଇଁ ଦାବି କରୁଥିଲେ। ଏହାକୁ ନେଇ ସମଗ୍ର ରାଜ୍ୟରେ ବିକ୍ଷୋଭ ହୋଇଥିଲା।  

ସେପଟେ, ୬୯ ହଜାର ଶିକ୍ଷକ ନିଯୁକ୍ତିକୁ ନେଇ ଆଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ନୂଆ ମେରିଟ ଲିଷ୍ଟ ଜାରି ଆଦେଶ ପରେହିଁ ଯୋଜୀ ସରକାର ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଯୋଗୀ ସରକାର ବୈଠକ ଡକାଇଥିଲେ।ସୁପ୍ରିମକୋର୍ଟଙ୍କ ଅବଜରଭେସନ ଏବଂ ହାଇକୋର୍ଟଙ୍କ ଲକ୍ଷ୍ନୌ‌ ବେଞ୍ଚର ନିର୍ଣ୍ଣୟ ଅନୁଯାୟୀ କାର୍ଯ୍ୟ ପରିଚାଳନା କରିବାୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଉତ୍ତର ପ୍ରଦେଶ ସରକାର ସ୍ପଷ୍ଟ ମତ ଯେ, ସମ୍ବିଧାନ ଦ୍ବାରା ଦିଆଯାଇଥିବା ସଂରକ୍ଷଣ ସୁବିଧାର ଲାଭ ସଂରକ୍ଷିତ ଶ୍ରେଣୀର ଆଶାୟୀଙ୍କୁ ମିଳିବା ସରକାର ଆଉ କେହିବି ଆଶାୟୀଙ୍କ ସହ ଅନ୍ୟାୟ ନହେବା ଦରକାର।  

ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ୬୯ ହଜାର ସହାୟକ ଶିକ୍ଷକ ନିଯୁକ୍ତି ଭର୍ତ୍ତି ପରୀକ୍ଷା-୨୦୧୯ର ଜୁନ ୨୦୨୦ରେ ଜାରି ସିଲେକ୍ସନ ଲିଷ୍ଟ ଏବଂ ୬୮୦୦ ଆଶାୟୀଙ୍କ ୫ ଜାନୁଆରୀ ୨୦୨୨ରେ ଜାରି ତାଲିକାୁ ରଦ୍ଦ କରି ନୂଆ କରି ଚୟନ ତାଲିକା ଜାରି କରିବାକୁ ଆଦେଶ ଦେଇଥିଲେ । ହାଇକୋର୍ଟ ଏହା ମଧ୍ୟ କହିଥିଲେ ଯେ, ଯଦି କୌଣସି ସଂରକ୍ଷଣ ବର୍ଗର ଆଶାୟୀ ସାଧାରଣ ବର୍ଗ ସମାନ ମେରିଟ ହାସଲ କରୁଛନ୍ତି ତେବେ ତାଙ୍କର ସିଲେକ୍ସନ ଜେନେରାଲ କାଟାଗୋରୀରେ ହିଁ ଧରାଯିବ। ଆଉ ନୂଆ ତାଲିକା ଜାରି ପାଇଁ ତିନି ମାସ ସମୟ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.