scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଧ୍ୟାଦେଶ ଉପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ, କେଜ୍ରିଓ୍ଵାଲ ସରକାରଙ୍କୁ ବି ଆଦେଶ

10/07/2023 at 4:43 PM

ନୂଆଦିଲ୍ଲୀ: ଦିଲ୍ଲୀରେ ଅଫିସରଙ୍କ ବଦଳି, ନିଯୁକ୍ତି ଓ ପଦୋନ୍ନତି ସଂପର୍କିତ ଅଧିକାରକୁ ନେଇ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାର ମଧ୍ୟରେ ଲଢେଇ ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇବା ଲାଗି କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଅରବିନ୍ଦ କେଜରିଓ୍ଵାଲ ସରକାର ଯାଚିକା ଦାଖଲ କରିଛନ୍ତି। ଏହା ଉପରେ ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ସୋମବାର ଭିତରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି। ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ନିଜ ଆବେଦନରେ ସଂଶୋଧନ କରିବା ଏବଂ ମାମଲାରେ ଉପରାଜ୍ୟପାଳଙ୍କୁ ଏକ ପକ୍ଷ ଭାବେ ସାମିଲ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢନ୍ତୁ- ସମସ୍ତ ରାଜ୍ୟରେ ଲାଗୁ ହେବ କଳା ଅଧ୍ୟାଦେଶ; ରାମଲୀଲା ମୈଦାନରେ କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିଓ୍ବାଲ

ରାଜ୍ୟସଭାରେ ଅଧ୍ୟାଦେଶକୁ ରୋକିବାକୁ ଉଦ୍ୟମ ଚଳାଇ ଥିବା କେଜରିଓ୍ଵାଲ ସରକାର ସୁପ୍ରିମକୋର୍ଟରେ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢେଇ ଜାରି ରଖିଛନ୍ତି। ଆପ୍ ପକ୍ଷରୁ କେସ୍ ଲଢୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ତତ୍କାଳ ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ଦିଲ୍ଲୀ ସରକାର ନିଜର ଆବେଦନରେ କହିଛନ୍ତି, କେନ୍ଦ୍ରର ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ଆଦେଶ ଏବଂ ସମ୍ବିଧାନର ମୂଳ ସରଞ୍ଚନାକୁ ଉଲ୍ଲଂଘନ କରୁଛି। ଦିଲ୍ଲୀ ସରକାର ଅଧ୍ୟାଦେଶକୁ ରଦ୍ଦ କରିବା ବ୍ୟତୀତ ଏହା ଉପରେ ରୋକ୍ ଲଗାଇବାକୁ ଅନୁରୋଧ କରିଛନ୍ତି।

अध्यादेश पर सुप्रीम कोर्ट ने केंद्र से मांगा जवाब, केजरीवाल सरकार को भी एक आदेश
livehindustan.com

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଦିଲ୍ଲୀରେ ଗ୍ରୁପ ଏ ଅଧିକାରୀଙ୍କ ବଦଳି, ନିଯୁକ୍ତି ଏବଂ ପଦୋନ୍ନତି ପାଇଁ ଏକ କମିଟି ଗଠନ କରି ମେ ୧୯ରେ ‘ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର(ସଂଶୋଧନ) ଅଧ୍ୟାଦେଶ ୨୦୨୩’ ଜାରି କରିଥିଲା। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ସେହି ଆଦେଶକୁ ବଦଳାଇ ଅଧ୍ୟାଦେଶ ଜାରି କରିଥିଲେ, ଯେଉଁଥିରେ ସର୍ବୋଚ୍ଚ ନ୍ୟାୟାଳୟ ପୋଲିସ, ସାର୍ବଜନୀନ ଆଦେଶ ଏବଂ  ଜମି ମାମଲାକୁ ବାଦ୍ ଦେଇ ଅନ୍ୟ ସବୁ ସେବାର ନିୟନ୍ତ୍ରଣ ଦିଲ୍ଲୀ ସରକାରଙ୍କୁ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟଙ୍କ ମେ ୧୧ର ନିଷ୍ପତ୍ତି ପୂର୍ବରୁ ଦିଲ୍ଲୀ ସରକାରଙ୍କ ସମସ୍ତ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ଉପରେ ଉପରାଜ୍ୟପାଳଙ୍କ ନିୟନ୍ତ୍ରଣ ରହିଥିଲା।

   Related Posts