ଦୁଇ ପିଲାଙ୍କ ଡିଏନଏ ଟେଷ୍ଟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, କହିଲେ...

Published By : Prameya-News7 Bureau | October 25, 2022 IST

ନୂଆଦିଲ୍ଲୀ: ଦୁଇଟି ପିଲାଙ୍କ ଡିଏନଏ ପରୀକ୍ଷଣକୁ ନେଇ ଉଚ୍ଚତମ ନ୍ୟାୟାଳୟ ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ଖାରଜ କରି ଦେଇଛନ୍ତି। କୋର୍ଟ କହିଛନ୍ତି, ଏହା ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ। ବିଚାରପତି ଅନିରୁଦ୍ଧ ବୋସ୍ ଏବଂ ବିକ୍ରମ ନାଥଙ୍କ ପୀଠ କହିଛନ୍ତି, ଟ୍ରାଏଲ କୋର୍ଟ କଦାପି ଏହା ଉପରେ ଧ୍ୟାନ ଦେବେ ନାହିଁ ଯେ, ପିଲା କୌଣସି ସାମାନ ନୁହେଁ ଯାହାକୁ ସେ ଫରେନ୍ସିକ ପରୀକ୍ଷା ପାଇଁ ପଠାଇ ଦେବେ।

ଏହା ଏକ ଯୌତୁନ ନିର୍ଯ୍ୟାତନା ମାମଲା ଥିଲା। ମହିଳା ଅଭିଯୋଗ କରିଥିଲେ, ତାଙ୍କ ସ୍ଵାମୀ ତାଙ୍କୁ ବଳପୂର୍ବକ ଦିଅର ସହିତ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ। ମହିଳା ନିଜର ସ୍ଵାମୀ ଏବଂ ତାଙ୍କ ଭାଇ ବିରୋଧରେ ଆଇପିସିର ସେକ୍ସନ ୪୯୮ଏ, ୩୨୩ ଏବଂ ୩୫୪ ଆଧାରରେ କେସ୍ ରୁଜୁ କରାଇଥିଲା। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଟ୍ରାଏଲ କୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟ ଡିଏନଏ ଫିଙ୍ଗରପ୍ରିଣ୍ଟ ପରୀକ୍ଷଣକୁ ଆଇନଗତ ଦୃଷ୍ଟିରୁ ଠିକ୍ ଦର୍ଶାଇଥିଲେ। ହେଲେ ଟ୍ରାଏଲ କୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟ ଏହା ଉପରେ ଧ୍ୟାନ ଦେଇ ପାରିଲେ ନାହିଁ ଯେ, ପିଲାଙ୍କୁ ଏହି ମାମଲାରେ ସାମିଲ୍ କରାଯାଇ ପାରିବ ନାହିଁ। ଏଥିପାଇଁ ପିଲାଙ୍କ ଡିଏନଏ ପରୀକ୍ଷଣ କରାଇବା ଠିକ୍ ନୁହେଁ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଅନେକ ଜାଗାରେ ଡିଏନଏ ପରୀକ୍ଷଣ ଜରୁରୀ ହୋଇଥାଏ। ମାତ୍ର  ମାମଲା ଯଦିଭିନ୍ନ ରହିଥାଏ ତେବେ ଏମିତି କ୍ଷେତ୍ରରେ ପିଲାଙ୍କ ବ୍ୟକ୍ତିଗତ ଶେଷ କରିବା ଠିକ୍ ନୁହେଁ। ପୀଠ କହିଛନ୍ତି, ଡିଏନଏ ଟେଷ୍ଟ କେବଳ ପିଲାଙ୍କ ପାଇଁ ଭୁଲ୍ ପ୍ରମାଣିତ ହେବ ନାହିଁ ବରଂ ଜୀବନସାରା ଯନ୍ତ୍ରଣା ଦେଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.