ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ସାଂସଦ ଏବଂ ବିଧାୟକଙ୍କ ଅପରାଧିକ ତାଲିକା : ୧୬୩ ଜଣଙ୍କ ନାଁରେ CBI କେସ୍‌ ଓ ୧୨୨ଙ୍କ ବିରୋଧରେ ED ମାମଲା, ସୁପ୍ରିମକୋର୍ଟ ମାଗିଥିଲେ ବକେୟା ଅପରାଧିକ ମାମଲାର ହିସାବ

25/08/2021 at 6:46 PM

ନୂଆଦିଲ୍ଲୀ ୨୫/୦୮ : ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରାୟ ୧୦ ବର୍ଷ ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ଇଡି ଦ୍ବାରା ଦେଶର ବିଭିନ୍ନ ରାଜ୍ୟର ସାଂସଦ ଏବଂ ବିଧାୟକଙ୍କ ବିରୁଦ୍ଧରେ ହୋଇଥିବା ଅପରାଧିକ ମାମଲାର ତଦନ୍ତ ରିପୋର୍ଟର ଶୁଣାଣି ଶେଷ ହୋଇଥିବା ବେଳେ ଖୁବଶୀଘ୍ର ସେଗୁଡିକର ନିସ୍କର୍ଷ ବାହାରିବାକୁ ଯାଉଛି । ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।

CBI ଏବଂ ED ଦ୍ବାରା କରାଯାଇଥିବା ତଦନ୍ତ ରିପୋର୍ଟକୁ ଭିତ୍ତିକରି ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ବରିଷ୍ଠ ଆଇନଜୀବୀ ବିଜୟ ହନ୍ସାରିୟା ଏବଂ ଆଇନଜୀବୀ ସ୍ନେହା କାଲିତାଙ୍କ ଦ୍ବାରା ତିଆରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ୧୦ ବର୍ଷ ପୂର୍ବରୁ ସାଂସଦ ଏବଂ ବିଧାୟକମାନଙ୍କ ବିରୁଦ୍ଧରେ ହୋଇଥିବା ମାମଲାଗୁଡିକ ତଦନ୍ତ ପରିସରଭୁକ୍ତ ରହିଛି ନଚେତ୍‌ କୋର୍ଟରେ ବିଚାରଧୀନ ରହିଛି ।

ଗତ ଅଗଷ୍ଟ ୧୦ ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍‌. ଭି. ରମନ୍‌ ବର୍ତ୍ତମାନ ତଥା ପୂର୍ବତନ କିଛି ସାଂସଦ ଏବଂ ବିଧାୟକଙ୍କ ବିରୁଦ୍ଧରେ ଥିବା ଅପରାଧିକ ମାମଲାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲ୍ଏ)ର ମାମଲା ଗୁଡିକୁ ଇଡି ଅନୁସନ୍ଧାନ କରୁଥିବାବେଳେ, ଭାରତୀୟ ପେନାଲ କୋଡ୍ (ଆଇପିସି) ଅନୁଯାୟୀ ଦୁର୍ନୀତି କିମ୍ବା ଜଘନ୍ୟ ଅପରାଧ ତଥା ହତ୍ୟା ଏବଂ ଦୁଷ୍କର୍ମ ଭଳି ମାମଲା ଉପରେ ତଦନ୍ତ କରୁଛି ସିବିଆଇ ।

ଆଇନଜୀବୀ ବିଜୟ ହନ୍ସାରିୟାଙ୍କ ପକ୍ଷରୁ ମିଳିଥିବା ଡାଟାରେ କୁହାଯାଇଛି ଯେ, ବର୍ତ୍ତମାନ ଏବଂ ପୂର୍ବତନ ସାଂସଦମାନଙ୍କ ବିରୁଦ୍ଧରେ ED ପଞ୍ଜିକୃତ କରୁଥିବା ମୋଟ ୫୧ଟି ମାମଲାର ମଧ୍ୟରୁ ୨୮ଟି ରେ ତଦନ୍ତ ଜାରି ରହିଛି । ଦୁଇଟି ମାମଲାର ଚାର୍ଜସିଟ୍ ଟ୍ରାଏଲ କୋର୍ଟରେ ବିଚାରଧୀନ ରହିଛି । ଏଥି ସହିତ ୧୦ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇନାହିଁ । ୪ଟି ମାମଲା ଟ୍ରାଏଲ କୋର୍ଟରେ ଶୁଣାଣି ପାଇଁ ରହିଥିବା ବେଳେ ୩ଟି କେସ୍‌ରେ ହାଇକୋର୍ଟଙ୍କ ପକ୍ଷରୁ ଷ୍ଟେ ଅର୍ଡର ରହିଛି । ତିନିଟି ମାମଲା ଅଦାଲତରେ ନିର୍ଦ୍ଦୋଷ କିମ୍ବା ଡିସଚାର୍ଜ ଆଦେଶ ବିରୋଧରେ ଆବେଦନ ବିଚାରାଧୀନ ଥିବାବେଳେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଛି ।

ବିଧାୟକମାନଙ୍କ କଥା କହିବାକୁ ଗଲେ, ସେମାନଙ୍କ ବିରୁଦ୍ଧରେ ମୋଟ ୭୧ଟି ମାମଲା ରହିଛି । ସେଥିମଧ୍ୟରୁ ୪୮ଟି ମାମଲାରେ ବର୍ତ୍ତମାନ ତଦନ୍ତ ଜାରି ରହିଥିବା ବେଳେ ୧୫ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ୩ଟି ମାମଲା ଟ୍ରାଏଲ କୋର୍ଟରେ ପେଣ୍ଡି ରହିଥିବା ବେଳେ ୩ଟିରେ ଷ୍ଟେ ଅର୍ଡର ରହିଛି । ଅନ୍ୟ ଦୁଇଟି ମାମଲାରେ କୌଣସି ସୂଚନା ନାହିଁ ।

ସେହିଭଳି ସିବିଆଇ ତଦନ୍ତ କରିଥିବା ୧୨୧ ଜଣ ପୂର୍ବତନ ଏବଂ ବର୍ତ୍ତମାନର ସାଂସଦ ଏବଂ ବିଧାୟକଙ୍କ ମାମଲା ବିଚାରଧୀନ ରହିଛି । ସେମାନଙ୍କ ମଧ୍ୟରୁ ୫୮ ଜଣ କାରାଗାର ଭୋଗୁଥିବା ବେଳେ ୪୫ ଜଣଙ୍କ ବିରୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଚାର୍ଜସିଟ୍‌ ଦାଖଲ ହୋଇନାହିଁ । କେବଳ ସାଂସଦଙ୍କ ବିରୁଦ୍ଧରେ CBI ଦାଖଲ କରିଥିବା ୫୧ଟି ମାମଲା କୋର୍ଟରେ ବିଚାରଧୀନ ରହିଛି । ୫୧ ଜଣ ସାଂସଦଙ୍କ ମଧ୍ୟରୁ ୧୪ ଜଣ ବର୍ତ୍ତମାନର ଥିବା ବେଳେ ୩୭ ଜଣ ପୂର୍ବତନ ଏମ୍‌ପି ରହିଛନ୍ତି ।

ସେହିଭଳି ୧୧୨ ଜଣ ବିଧାୟକଙ୍କ ବିରୁଦ୍ଧ​‌ରେ ଥିବା ମାମଲା ମଧ୍ୟରୁ ୩୪ ଜଣ ବର୍ତ୍ତମାନର ଥିବାବେଳେ ୭୮ ଜଣ ପୂର୍ବତନ ବିଧାୟକ ରହିଛନ୍ତି ଏବଂ ସେମାନଙ୍କ ମାମଲା ଟ୍ରାଏଲ କୋର୍ଟରେ ରହିଛି ।

   Related Posts