ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ୩ ଜଣଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ପହଞ୍ଚାଇଲେ ଆରକ୍ଷୀ ଅଧୀକ୍ଷକ
21/12/2022 at 11:22 PM

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଉର୍ଲେ ଛକ ଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ତିନି ଜଣଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ପହଞ୍ଚାଇଲେ ଆରକ୍ଷୀ ଅଧୀକ୍ଷକ ଅମ୍ବରିସ ପଣ୍ଡା l ଆହତଙ୍କୁ ଚିକିତ୍ସିତ କରାଇବା ସହିତ ମୋଟର ସାଇକେଲରେ ମହିଳା ଓ ଶିଶୁ ମାନଙ୍କୁ ଧରି ଯାତ୍ରା କରୁଥିବା ସମୟରେ ସାବଧାନତା ରକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି।
ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ବୁଧବାର ବିନିକା ଥାନାକୁ ଆସୁଥିବା ସମୟରେ ଉର୍ଲେ ଛକ ନିକଟରେ ଘାଟକଇତରା ଗ୍ରାମର ସନତ ଶତପଥୀ (୩୫), ତାଙ୍କ ସ୍ତ୍ରୀ ରୀନା ଶତପଥି ଓ ୩ ବର୍ଷ ର ଝିଅ ବାଇରେ ଆସୁଥିବା ସମୟରେ ମୁଖ୍ୟ ରାସ୍ତାରେ ଥିବା ଏକ ହମ୍ପସରେ ଭାରସାମ୍ୟ ହୋଇ ଛିଟିକି ପଡ଼ିଥିଲେ l ଠିକ ସେହି ସମୟରେ ଆରକ୍ଷୀ ଅଧିକ୍ଷକ ଆସୁଥିବା ବେଳେ ତିନିଜଣ ରକ୍ତ ଜୁଡୁ ବୁଡ଼ ହୋଇ ପଡ଼ିଥିବାର ଦେଖିଗାଡି ଡ୍ରାଇଭର କୁ ଅଟକାଇଥିଲେ l
ଆରକ୍ଷୀ ଅଧିକ୍ଷକ ନିଜେ ଓହ୍ଲାଇ ତିନିଜଣଙ୍କୁ ନିଜ ଗାଡ଼ିରେ ବିନିକା ଡାକ୍ତରଖାନାରେ ପହଞ୍ଚାଇଛନ୍ତି l ଏହି ଦୁଃଖଦ ଦୃଶ୍ୟ ଦେଖି ଆରକ୍ଷୀ ଅଧୀକ୍ଷକ ନିଜ ଅଫିସ ଗାଡ଼ିରେ ବିନିକା ହସ୍ପିଟାଲ କୁ ସେମାନଙ୍କୁ ଆଣି ଡାକ୍ତରଖାନାରେ ଚିକିତ୍ସିତ କରାଇଛନ୍ତି । ଏହି ଦୁର୍ଘଟଣା ପରେ ମୋଟର ସାଇକେଲରେ ମହିଳା ଓ ଶିଶୁ ମାନଙ୍କୁ ଧରି ଯାତ୍ରା କରୁଥିବା ସମୟରେ ସାବଧାନତା ରକ୍ଷା କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି l