oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

‘ସୁନ୍ଦରୀ ଭଲ ଅଛି, ତାକୁ ନେଇଯାଅ’… ମଧ୍ୟପ୍ରଦେଶ ବନ ବିଭାଗକୁ ଓଡ଼ିଶାର ଚିଠି

4/03/2020 at 4:32 PM

ଭୁବନେଶ୍ବର୪।୩ : ଦେଢ଼ ବର୍ଷ ହେବ ବନ୍ଦୀ ଥିବା ବାଘୁଣୀ ‘ସୁନ୍ଦରୀ’କୁ ଶୀଘ୍ର ଓଡ଼ିଶାରୁ ନେବା ପାଇଁ ରାଜ୍ୟ ସରକାର ମଧ୍ୟପ୍ରଦେଶ ବନ ବିଭାଗକୁ ଚିଠି ଲେଖିଛନ୍ତି । ବାଘୁଣୀ ‘ସୁନ୍ଦରୀ’ କେମିତି ଅଛି ବୋଲି ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ଓଡ଼ିଶାକୁ ଚିଠି ମାଧ୍ୟମରେ ପଚରାଯାଇଥିଲା ।

ଏହାର ଉତ୍ତରରେ ରାଜ୍ୟ ବନ ବିଭାଗ କହିଛି, ‘ସୁନ୍ଦରୀ’  ସୁସ୍ଥ ଅଛି । ‘ସୁନ୍ଦରୀ’ର କୌଣସି ସମସ୍ୟା ନାହିଁ । ତେଣୁ ଏହି ଜଙ୍ଗଲୀ ବାଘୁଣୀକୁ ନେବା ପାଇଁ ମଧ୍ୟପ୍ରଦେଶ ସରକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି । ମଧ୍ୟପ୍ରଦେଶ ବନ ବିଭାଗ ‘ସୁନ୍ଦରୀ’ର ସ୍ୱାସ୍ଥ୍ୟ ବସ୍ଥା ବାବଦରେ ଜାଣିବାକୁ ଚାହିଁଥିଲା । ଓଡ଼ିଶା ବନ ବିଭାଗ ପକ୍ଷରୁ ଏ ନେଇ ଏକ ରିପୋର୍ଟ ପଠାଯାଇଛି । ଏଥିରେ କୁହାଯାଇଛି, ‘ସୁନ୍ଦରୀ’ ପୂରା ଫିଟ୍‌ ଅଛି । ଏବେ ବି ଛୋଟ ଶିକାରକୁ ବାଘୁଣୀ ‘ସୁନ୍ଦରୀ’ ପାଣିରେ ବୁଡ଼ାଇ ମାରୁଛି । ହେଲେ ଓଜନିଆ ବଡ଼ ଶିକାର ପାଇଁ ତାକୁ ଅଧିକ କସରତ କରିବାକୁ ପଡ଼ୁଛି । ସିସିଟିଭି ମାଧ୍ୟମରେ ତା’ ଉପରେ ନଜର ରଖାଯାଇଛି ।

ସାତକୋଶିଆରେ ପୂର୍ବରୁ ଥିବା ବାଘୁଣୀ ସହ ଏକକ୍ଲୋଜର ଭିତରେ ଥାଇ ଗତ ୧୩ ମାସ ଭିତରେ ‘ସୁନ୍ଦରୀ’ ୨୫୩ ଥର ମୁହାଁମୁହିଁ ହୋଇଛି । ୫୦ ଥର ଉଭୟ ବାଘୁଣୀ ଆକ୍ରାମଣାତ୍ମକ ଭାବଭଙ୍ଗୀ ଦେଖାଇଥିବାବେଳେ ୪ ଥର ‘ସୁନ୍ଦରୀ’ ସେଠାରୁ ପଛକୁ ହଟିଥିବା ସିସିଟିଭିରୁ ଦେଖିବାକୁ ମିଳିଛି । ‘ସୁନ୍ଦରୀ’ର ଓଜନ ଏବେ ପ୍ରାୟ ଦେଢ଼ କୁଇଣ୍ଟାଲ ରହିଛି । ତା’କୁ ଶୀଘ୍ର ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ ଅନ୍ତର୍ଗତ ଘାରୋଲା ସେଣ୍ଟରକୁ ନେବା ପାଇଁ ବନ ବିଭାଗ ମଧ୍ୟପ୍ରଦେଶ ସରକାରଙ୍କୁ ଜଣାଇଛି ।

   Related Posts