ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

କ୍ଲାସରେ ୨ଥର ଫେଲ୍, କୋଟି କୋଟି ଟଙ୍କାର କମ୍ପାନୀ ଛିଡ଼ାକଲେ ଦୀପିନ୍ଦର ଗୋଏଲ୍; ଜୋମାଟୋ ପଛରେ ବି ଏକ ସଂଘର୍ଷର କାହାଣୀ…

3/02/2023 at 12:16 PM

ନୂଆଦିଲ୍ଲୀ 03/02 : ଜୀବନରେ କିଛି ଚାହିଁଲେ ତୁରନ୍ତ ମିଳିଯାଏନି। ଏହାକୁ ପାଇବାକୁ ଆମକୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥାଏ। ଅନେକ ବାଧା ଆସେ କିନ୍ତୁ ହାର୍ ନମାନି ଆଗକୁ ବଢ଼ିଲେ ସଫଳତା ନିଶ୍ଚୟ ମିଳିଥାଏ। ଆମେ ଆଜି ଆପଣଙ୍କୁ ସେମିତି ଏକ ସଂଘର୍ଷର କାହାଣୀ କହିବୁ।

ଭୋକ ଲାଗୁଛି। ପାଖରେ କିଛି ନାହିଁ।  ବାହାରକୁ ଯାଇ ଆଣିବାକୁ ଇଚ୍ଛା ନାହିଁ। ଆଉ ନିଜ ପ୍ରିୟ ରେସ୍ତୋରାଣ୍ଟରୁ ଖାଇବାକୁ ଇଚ୍ଛା। ଏଥିପାଇଁ ତୁରନ୍ତ ମୋବାଇଲ୍ ବାହାର କରନ୍ତୁ।  ଜୋମାଟୋକୁ ଯାଆନ୍ତୁ  ଆଉ ନିଜ ପସନ୍ଦର ଖାଦ୍ୟ ଅର୍ଡର କର। କିଛି ସମୟ ପରେ ଆସି ପହଞ୍ଚିଯିବ ଖାଦ୍ୟ। ଘରେ ବସି ଉଠାଇପାରିବେ ଖାଇବାର ମଜା। ଏ ସୁବିଧା ଆମକୁ ଯୋଗାଇଛନ୍ତି, ଦୀପିନ୍ଦର ଗୋଏଲ୍ ଓ ପଙ୍କଜ ଚଡ୍ଡା।

ଆମେ ଆଜି କଥା ହେବା ଜୋମାଟୋର ସିଇଓ ଦୀପିନ୍ଦର ଗୋଏଲଙ୍କ ବିଷୟରେ। ଏବେ ତାଙ୍କର ଆୟ କୋଟି କୋଟି ଟଙ୍କା। କିନ୍ତୁ ଆପଣ ଜାଣନ୍ତି କି, କୋଟି କୋଟି ଟଙ୍କାର କମ୍ପାନୀ ଛିଡ଼ା ଦୀପିନ୍ଦରଙ୍କୁ କେତେ ସଂଘର୍ଷ କରିବାକୁ ପଡ଼ିଛି। ଆସନ୍ତୁ ସେ ବିଷୟରେ ଜାଣିବା ଦୀପିନ୍ଦର ଏକ ସାଧାରଣ ପରିବାରର ପିଲା। ବାପା ମା ଆଶା ରଖିଥିଲେ ପୁଅ ପାଠ ପଢ଼ି, ଭଲ ଚାକିରିଟେ କରିବ। କିନ୍ତୁ ଦୀପିନ୍ଦରଙ୍କ ମନରେ ଚାଲିଥିଲା କିଛି ଭିନ୍ନ। ସେ ପାଠ ପଢ଼ାରେ ସେତେଟା ଭଲ ନଥିଲେ। ସେଥିପାଇଁ 2ଥର ଅର୍ଥାତ୍ ଷଷ୍ଟ ଓ ଏକାଦଶରେ କ୍ଲାସରେ ହୋଇଥିଲେ ଫେଲ୍। ଏହାପରେ ତାଙ୍କୁ ଅନେକ କଥା ଶୁଣିବାକୁ ପଡ଼ିଥିଲା। ଏହି ଘଟଣା ପରେ ଦୀପିନ୍ଦର କିଛି କରିବାକୁ ଧରି ବସିଥିଲେ ଜିଦ୍। ମନ ଲଗେଇ ପାଠ ପଢ଼ିଲେ। ଆଉ ଦିନରାତି ପରିଶ୍ରମ କରି କରିଥିଲେ ଆଇଆଇଟି କ୍ୱାଲିଫାଏ। ଆଇଆଇଟିରୁ ଡିଗ୍ରୀ ହାସଲ କରିବା ପରେ ସେ  ମଲ୍ଟି ନେସନାଲ୍ କମ୍ପାନୀ ‘ବ୍ୟାନ୍ ଆଣ୍ଡ୍ କମ୍ପାନୀ’ରେ କାମ କରିଥିଲେ। ସେ ସମୟରେ ଦୀପିନ୍ଦର ଅଫିସରେ ଯାଇ କ୍ୟାଣ୍ଟିନରେ ଖାଇବାକୁ ଅପେକ୍ଷା କରି ରହୁଥିଲେ। ସେତେବେଳେ ସେ ଅନୁଭବ କଲେ ଯେ, ଏଥିରେ ବହୁତ ସମୟ ଯାଉଛି।  ସେ ଖାଦ୍ୟର ମେନ୍ୟୁ ସ୍କାନ କରି ଏହାକୁ ଅନଲାଇନରେ ଅପଲୋଡ୍ କରିଥିଲେ।  ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ। ଏହିଠାରେ ତାଙ୍କୁ  ଜୋମାଟୋର ମିଳିଥିଲା ଆଇଡିଆ।

ଅନଲାଇନ୍ ମେନ୍ୟୁରେ ଭଲ ପ୍ରତିକ୍ରିୟା ମିଳୁଥିବା ଦେଖି ସେ ଏକ ୱେବସାଇଟ୍ ଖୋଲିବାକୁ ଚିନ୍ତା କଲେ, ଯେଉଁଠାରେ ଲୋକମାନେ ନିକଟସ୍ଥ ରେଷ୍ଟୁରାଣ୍ଟ ବିଷୟରେ ସୂଚନା ପାଇପାରିବେ।  ତାଙ୍କ ସହକର୍ମୀ ପଙ୍କଜ ଚାଡ୍ଡାଙ୍କ ସହ ମିଶି ସେ 2008ରେ ‘ଫୁଡି ବେ’ ଖୋଲିଥିଲେ। ଯେଉଁଥିରେ ରେଷ୍ଟୁରାଣ୍ଟ ମେନ୍ୟୁକୁ ନେଇ ସମୀକ୍ଷା ବି ହୋଇଥିଲା। ​ପରେ  ଫୁଡବେ ଜୋମାଟୋରେ ପରିଣତ ହୋଇଥିଲା।   ଫୁଡ୍ ସେକ୍ଟରରେ ଏହି ୱେବସାଇଟ୍ ଏତେ ଲୋକପ୍ରିୟ ହେବାକୁ ଲାଗିଲା।  ପ୍ରଥମେ ମେନ୍ୟୁ କାର୍ଡ ଅପଲୋଡ ହେବାକୁ ଲାଗିଲା।  2008ପର୍ଯ୍ୟନ୍ତ ପାଖାପାଖି 1400ରୁ ଅଧିକ ରେସ୍ତୋରାଣ୍ଟ ରେଜିଷ୍ଟ୍ରେସନ କରିସାରିଥିଲେ। ସବୁଠୁ ଅଧିକ ଦିଲ୍ଲୀ ଅନସିଆରର ଥିଲା। ଧିରେଧିରେ ଏହା ମୁମ୍ବାଇ ଓ କୋଲକତା ସମେତ ଅନେକ ବଡ଼ ବଡ଼ ଦେଶରେ ହୋଇଛି ସାମିଲ୍। ଲୋକପ୍ରିୟ ହେବା କାରଣରୁ ଦୁହେଁ ଚାକିରି ଛାଡ଼ି ଏଥିରେ କାମ କରିବା ଆରମ୍ଭ କଲେ।  ଅନେକ ବଡ଼ ବଡ଼ କମ୍ପାନୀ ଏଥିରେ ନିବେଶ କରିବା ଆରମ୍ଭ କଲେ।  ଆଉ ଏହା ଭାରତରେ ରଚିଥିଲା ଇତିହାସ।

ପରେଏହା ଏକ ଫୁଡ୍ ଏଗ୍ରିଗେଟର୍ କମ୍ପାନୀ ହୋଇଗଲା, ଅର୍ଥାତ୍ ଏକ କମ୍ପାନୀ ଯାହାର ନିଜର କିଛି ନାହିଁ। ରେଷ୍ଟୁରାଣ୍ଟରୁ ଖାଦ୍ୟ ନେଇ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବା କାମ କରେ ।ଭାରତରେ ସଫଳତା ପାଇବା ପରେ 2012ରେ କମ୍ପାନୀ ତୁର୍କୀ ଏବଂ ବ୍ରାଜିଲରେ ପହଞ୍ଚିଥିଲା ​​। ଗତ 10ବର୍ଷ ମଧ୍ୟରେ, ଏହି କମ୍ପାନୀ 24ଟି ଦେଶକୁ ବିସ୍ତାର କରିଛି। ଏଥି ମଧ୍ୟରେ ଗୋଟିଏ କୋଠରୀରୁ ଆରମ୍ଭ ହୋଇଥିବା ଦୀପିନ୍ଦର ଗୋୟଲଙ୍କ କମ୍ପାନୀର ବାର୍ଷୀକ ଆୟ 1222 କୋଟିରୁ ଅଧିକ।

   Related Posts