ସୁବର୍ଣ୍ଣରେଖା ନଦୀରେ ବଢ଼ୁଛି ଜଳସ୍ତର; ସମ୍ଭାବ୍ୟ ବନ୍ୟାପାଇଁ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି
21/08/2022 at 12:25 AM

ଭୁବନେଶ୍ବର ୨୦/୮: ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା ଦେଖା ଦେଇଛି। ଏନେଇ ଟ୍ବିଟ୍ କରି ଏସଆରସି ସୂଚନା ଦେଇଛନ୍ତି। ରାତି ୮ଟା ସୁଦ୍ଧା ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୪ଟି ଗେଟ୍ ଖୋଲାଯାଇଛି। ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବ। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେରଖି ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏସଆରସି ଆଲର୍ଟ କରିଛନ୍ତି। ବନ୍ୟା ମୁକାବିଲା ପାଇଁ ବାଲେଶ୍ବର ଜିଲ୍ଲାକୁ ୨ଟି ଅତିରିକ୍ତ ଏନଡିଆରଏଫ ଟିମ୍ ପଠାଯାଇଛି। ଏହାସହ ୨ଟି ଓଡ୍ରାଫ ଟିମ୍ ଓ ୮ଟି ଅଗ୍ନିଶମ ବାହିନୀ ଟିମ୍ ପଠାଯାଇଛି। ଅନ୍ୟପଟେ ଆନନ୍ଦପୁରରେ ବୈତରଣୀର ଜଳ ସ୍ଥର ବିପଦସଙ୍କେତ ପାର୍ କରିଛି।
Related Posts
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023