ସ୍କୁଲରେ ଛାତ୍ରୀଙ୍କୁ ମାଡ଼ ଘଟଣା : ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ମାମଲା ରୁଜୁ, ସ୍କୁଲରେ ପୋଲିସ ଓ ବିଭାଗୀୟ ଅଧିକାରୀଙ୍କ ତଦନ୍ତ

Published By : Prameya-News7 Bureau | July 22, 2022 IST

ଭଦ୍ରକ ୨୨/୦୭: ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀଙ୍କୁ ଠାକୁର ପୂଜା କରିବା ପାଇଁ କହିଥିଲେ। କିନ୍ତୁ ପୂଜା ବେଳେ ପାଣି ଢାଳି ଯିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ନିସ୍ତୁକ ପିଟିଛନ୍ତି। ଫଳରେ ଛାତ୍ରୀ ଜଣକ ଆହତ ହୋଇ ୩ ଦିନ ହେଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏପରି ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପାଟୁଳି ପଞ୍ଚାୟତ ଅରେଇକଣା ୟୁଜିଏମଇ ସ୍କୁଲରେ ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତି ଦେଇଙ୍କ ମାଡ଼ରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗୁରୁତର ହୋଇ ଭଦ୍ରକ ଡାକ୍ତରଖାନାରେ  ଚିକିତ୍ସାଧୀନ ଅଛନ୍ତି।

ଖବର ଅନୁସାରେ, ଅନନ୍ତ ପରିଡାଙ୍କ ଝିଅ ଲିଜାରାଣୀ ସ୍ଥାନୀୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ଲିଜାରାଣୀଙ୍କୁ ଶିକ୍ଷୟତ୍ରୀ ସୁକାନ୍ତି ଦେଇ ଅଫିସ ଗୃହରେ ଥିବା ଠାକୁରଙ୍କ ପୂଜା ପାଇଁ କହିଥିଲେ। ଲିଜାରାଣୀ ଠାକୁର ପୂଜା କରିବା ବେଳେ ଅନ୍ୟମନସ୍କ ଯୋଗୁ ଗୋଡ଼ ବାଜି ପାଣି ଢାଳି ଯାଇଥିଲା। ଏଥିରେ ଶିକ୍ଷୟତ୍ରୀ ଜଣକ ଉତକ୍ଷିପ୍ତ ହୋଇ ଛାତ୍ରୀଙ୍କୁ ବେତ ବାଡ଼ିରେ ପିଟିଥିଲେ। ଝିଅ ବିଦ୍ୟାଳୟରୁ ଯିବା ପରେ ମାକୁ ସବୁକଥା କହିଥିଲେ। ପରଦିନ ସ୍ୱାଭାବିକ ସ୍କୁଲକୁ ମଧ୍ୟ ଆସିଥିଲେ। ଘଟଣାର ୨ ଦିନ ପରେ ଛାତ୍ରୀ ଜଣକ ଶୌଚହେବା ସମୟରେ କଷ୍ଟ ଅନୁଭବ କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ତାଙ୍କ ବାପା ଅନନ୍ତ ଜାଣିବାକୁ ପାଇଥିଲେ।

wp:embed {"url":"https://youtu.be/S-5I3EoH8XQ","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/S-5I3EoH8XQ
/wp:embed

ଝିଅର ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବାରୁ ବେଳେ ବାପା ମା ଏବେ ତାକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଉଛନ୍ତି। ଏନେଇ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି। ବିଭାଗୀୟ ଅଧିକାରୀଙ୍କ ସହ ପୋଲିସ ଏସଡିପିଓ ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି।ଅନ୍ୟପଟେ ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଥିବା ବେଳେ ଶିକ୍ଷୟିତ୍ରୀ ତାଙ୍କୁ ସାକ୍ଷାତ କରିବା ପାଇଁ ମଧ୍ୟ ଯାଇନାହାନ୍ତି।

ଏହି ଘଟଣାକୁ ପ୍ରତିବାଦ କରି ବିଦ୍ୟାଳୟ ଆଗରେ ବସିଥିଲେ ଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ଧାରଣାରେ ବସିଥିଲେ। ଗାଁ ଲୋକମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅମାନୁସିକ କାଣ୍ଡକୁ ବିରୋଧ କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିଭାଗୀୟ ଅଧିକାରୀ ତଦନ୍ତ ପାଇଁ ଯାଇ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଛନ୍ତି। ପରେ ପୋଲିସ ମଧ୍ୟ ପଚରାଉଚୁରା କରିଛି। କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ଯେ ଅଭିଯୋଗ ଉଦ୍ଦେଶ୍ୟ ମୂଳକ। କିନ୍ତୁ ତଦନ୍ତରେ ଯାଇଥିବା ବିଆରସିସି କହିଛନ୍ତି ଯେ ବ୍ଲକ ଶିକ୍ଷାଧିକାରୀ ଛାତ୍ରୀଙ୍କୁ ଡାକ୍ତରଖାନାପରେ ଭେଟିବା ପାଇଁ ଯାଇଛନ୍ତି ଓ ତଦନ୍ତ ଦାୟିତ୍ୱରେ ଥିବା ଟିମ୍‌ ମଧ୍ୟ ଡାକ୍ତରଖାନା ଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.