ଭଦ୍ରକ ୦୬/୦୭: ସାଙ୍ଗ ସହିତ ନଦୀରେ ଗାଧଇବା ବେଳେ ଜଣେ ଛାତ୍ର ନିଖୋଜ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ତେବେ ସାଙ୍ଗମାନଙ୍କ ମଧ୍ୟରୁ ୪ ଜଣ ସାଙ୍ଗଙ୍କୁ ଗାଁ ଲୋକେ ଅଟକ ରଖିଥିବା ବେଳେ ଅନ୍ୟ ସାଙ୍ଗମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ଅନୁସାରେ, ଯେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ କାଉପୁର ପାଖ ସାଳନ୍ଦୀ ନଦୀକୁ ପ୍ରାୟ ୮ ଜଣ ସାଙ୍ଗ ଏକାଠି ହୋଇ ଯାଇଥିଲେ।
ସୀତାକୁଣ୍ଡ ପାଖରେ ଗାଧୋଇବା ବେଳେ ଜଣେ ଛାତ୍ର ପାଣିରେ ବୁଡ଼ି ଯାଇଥିଲେ। ତେଣେ ଘଟଣା ପରେ କେତେ ଜଣ ସାଙ୍ଗ ଘଟଣା ସ୍ଥଳରୁ ଚାଲି ଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ତେବେ ଛାତ୍ରଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ନିଖୋଜ ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ପରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ ଡାକ୍ତରଖାନା ପଠାଇଛନ୍ତି।