ଦାହୋଦ ୨୭/୦୫ : ଗୁଜୁରାଟର ଜାଲୋଦରୁ ଏକ ଚମକାଇ ଦେବା ଭଳି ଖବର ସାମ୍ନାକୁ ଆସିଛି। ସେଠାରେ ଜଣେ ୧୭ ବର୍ଷୀୟା ନାବାଳିକା ତାଙ୍କ ଟ୍ୟୁସନ ଶିକ୍ଷକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଅଭିଯୁକ୍ତର ପରିଚୟ ନୈନେଶ ଦାମୋର ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଜଣଙ୍କ ସମ୍ପୃକ୍ତା ନାବାଳିକାଙ୍କୁ ତାଙ୍କର ଆପତ୍ତିଜନକ ଭିଡିଓ ଭାଇରାଲ କରିବାର ମଧ୍ୟ ଧମକ ଦେଉଥିଲା। ଅଭିଯୁକ୍ତ ଟ୍ୟୁସନ ଶିକ୍ଷକକୁ ଗିରଫ କରାଯାଇଛି ବୋଲି ‘ଟାଇମ୍ସ ଅଫ ଇଣ୍ଡିଆ’ର ରିପୋର୍ଟରେ କୁହାଯାଇଛି।
ରିପୋର୍ଟ ଅନୁସାରେ ନାବାଳିକା ଜଣଙ୍କ ନୈନେଶଙ୍କ ଦ୍ୱାରା ପରିଚାଳିତ କୋଚିଙ୍ଗ ସେଣ୍ଟରରେ ପଢ଼ୁଥିଲେ। ଯେତେବେଳେ ନାବଳିକାକୁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ଡାକ୍ତର ନାବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ ଗର୍ଭବତୀ ଅଛନ୍ତି ବୋଲି ଜଣା ପଡ଼ିଥିଲା। ପରେ ଡାକ୍ତର ତାଙ୍କ ପରିବାରକୁ ଥାନାରେ ଅଭିଯୋଗ କରିବା ପାଇଁ ବୁଧବାର ପରାମର୍ଶ ଦେଇଥିଲେ।
ନାବାଳିକାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଜଣଙ୍କ ଚଳିତ ବର୍ଷ ଫେବୃଆରୀ ୧୪ ଦିନ ସେ ଶୌଚାଳୟ ବ୍ୟବହାର କରିବା ସମୟରେ ତାର ଭିଡିଓ ରେକର୍ଡିଙ୍ଗ କରିଥିଲେ। ପରେ ଅଭିଯୁକ୍ତ ତାକୁ ଧମକାଇ ଥିଲା ଯେ ଯଦି ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ନରଖିବେ ତାହେଲେ ସେହି ଭିଡିଓକୁ ସେ ଭାଇରାଲ କରିଦେବେ। ପରେ ଏହି ଧମକ ଦେଇ ସେ ବାରମ୍ୱାର ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା।
ଅଭିଯୁକ୍ତ ଜଣଙ୍କ ତାର କୋଚିଙ୍ଗ୍ ସେଣ୍ଟରରେ ଏପରି ଅପରାଧ ଘଟାଇଥିଲା। ପୋଲିସ ଗତ ବୁଧବାର ରାତିରେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ ଓ ପୋକ୍ସୋ ଆଇନ ଅଧୀନରେ ମାମାଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।