ବାଲେଶ୍ଵର ପାଖାପାଖି ଲ୍ୟାଣ୍ଡଫଲ କରିପାରେ ବାତ୍ୟା 'ୟାସ୍', ଆସନ୍ତା ୧୨ ଘଣ୍ଟାରେ ତୀବ୍ର ରୂପ ଧାରଣ କରିବ

Published By : Prameya-News7 Bureau | May 24, 2021 IST

ଭୁବନେଶ୍ଵର ୨୪।୦୫: ଭୀଷଣ ରୂପ ଧରି ସ୍ଥଳଭାଗ ଅଭିମୁଖେ ମୁହାଁଇଛି ସାମୁଦ୍ରିକ ଝଡ 'ୟାସ୍'। ଏହାରି ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ଆରମ୍ଭ ହୋଇ ଯାଇଛି। ଗତକାଲି ଅବପାତରେ ପରିଣତ ହୋଇ ଆଜି ବ୍ୟାତାର ରୂପ ନେଇ ସାରିଛି ବାତ୍ୟା ୟସ୍। ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇ ବିକଟାଳ ରୂପ ଧାରଣ କରୁଛି। ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ। ପାରାଦୀପ-ସାଗର ଦ୍ଵୀପ ମଝିରେ ବାଲେଶ୍ଵର ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ୍ କରିବ। ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗ ଛୁଇଁବ। ପାରାଦୀପ ଓ ସାଗର ଦ୍ଵୀପ ମଝିରେ ବାଲେଶ୍ଵର ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ୍ କରିବ। ଭୁବନେଶ୍ଵର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର.  ବିଶ୍ଵାସ ଏହି ସୂଚନା ଦେଇଛନ୍ତି। ବାତ୍ୟା ୟାସ୍ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୧୨ ଘଣ୍ଟାରେ ଏହା ବଳ ଗୋଟାଇ ତୀବ୍ର ରୂପ ଧାରଣ କରିବ। ୨୬ ତାରିଖରେ ପାରାଦୀପ ଦେଇ ଉତ୍ତର ଓଡିଶା ପଟେ ସାମୁଦ୍ରିକ ଝଡ ଅତିକ୍ରମ କରିବ। ଅପରାହ୍ନରେ ବାଲେଶ୍ଵର ଜିଲ୍ଲା ପାଖାପାଖି ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା।

{"id":456574,"sizeSlug":"large","linkDestination":"none"}

ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ବେଗରେ ବହିପାରେ। ବେଳେ ବେଳେ ଝଟକା ଲାଗି ୧୮୫ କିମି ବେଗରେ ପବନ ବହିବ। ଏହି ସମୟରେ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହ ଜିଲ୍ଲାରେ ବ୍ୟାତାର ପ୍ରଭାବ ଅଧିକ ପଡିପାରେ। ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.