କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଲେ ରାଜ୍ୟ ପିସିସି ସଭାପତି

Published By : Prameya-News7 Bureau | October 04, 2022 IST

କଟକ ୦୪/୧୦: ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ ଆଜି କଟକର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ଵୁଲି ଦେଖିଛନ୍ତି। ପିସିସି ସଭାପତିଙ୍କ ସହ କଂଗ୍ରେସ ପ୍ରତିନିଧି ଦଳ ଓ କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ସହରର ପୂଜା ମଣ୍ଡପ ଗୁଡିକୁ ବୁଲି ଦେଖିଛନ୍ତି। ତେବେ ପୂଜା ପୂର୍ବରୁ ରାସ୍ତାଘାଟ ଯେଭଳି ମରାମତି ହେଵା କଥା ତାହା ହୋଇନାହିଁ ଓ ଆଜି ବର୍ଷା କାରଣରୁ ଲୋକମାନେ ଦର୍ଶନ କରିବା ପାଇଁ ଅସୁବିଧାର ସାମ୍ନା କରୁଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି। ଏହା ସହ ପିସିସି ସଭାପତି ରାଜ୍ୟବାସୀଙ୍କୁ ଦଶହରାର ଶୁଭକାମନା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.