ଶନିବାରରୁ ଭୁବନେଶ୍ବରରେ ଅଡ୍-ଇଭିନ୍: କରୋନା ମୁକାବିଲା ଲାଗି ଗାଡ଼ି ଚଳାଚଳରେ ଦିଲ୍ଲୀ ନିୟମ ଲାଗୁ କଲେ ରାଜ୍ୟ ସରକାର

Published By : Prameya-News7 Bureau | March 20, 2020 IST

ଭୁବନେଶ୍ବର୨୦/୩: କରୋନା ଭାଇରସ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ନେଉଛନ୍ତି ଗୋଟିକ ପରେ ଗୋଟିଏ କଡା ପଦକ୍ଷେପ। ଏଣିକି ରାଜଧାନୀ ଭୁବନେଶ୍ବରରେ ରାଜରାସ୍ତାରୁ ଗାଡ଼ି ସଂଖ୍ୟା କମାଇବାକୁ  ଦିଲ୍ଲୀ ପରି ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବିଏମସି। ଏନେଇ ଜାରି କରିଛି ନୂଆ ନିର୍ଦ୍ଦେଶନାମା। ନିର୍ଦ୍ଦେଶନାମା ଅନୁଯାୟୀ......

୧- ଏଣିକି ରାଜଧାନୀରେ ବସ୍, ଟାକ୍ସି, ଅଟୋରିକ୍ସା  ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥାରେ ଚାଲିବ।

୨-ଶନିବାର ଠାରୁ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବ।

୩-ଶନିବାର  ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବସ୍ , ଟ୍ୟାକ୍ସି, ଅଟୋରିକ୍ସାର ଶେଷ ନମ୍ବର ୧, ୩, ୫, ୭ ଓ ୯ ଥିବ, ସେହି ଯାନବାହାନ ଗୁଡ଼ିକ ରାସ୍ତାରେ ଗଡ଼ିପାରିବ।

୪-ସେହିପରି ବସ୍ , ଟ୍ୟାକ୍ସି, ଅଟୋରିକ୍ସାର ଶେଷ ନମ୍ବର ୦, ୨, ୪, ୬ ଓ ୮ ଥିଲେ, ସେହି ପ୍ରକାର ଗାଡ଼ିଗୁଡ଼ିକ ରବିବାର ଯାତାୟତ କରିପାରିବ।

୫- ତେବେ ଘରୋଇ ଗାଡ଼ିଗୁଡ଼ିକୁ ଏହି ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି।

୬-ହସ୍ପିଟାଲ ଓ ସ୍ବାସ୍ଥ୍ୟସେବା ଯୋଗାଉଥିବା ଗାଡ଼ି ମଧ୍ୟ ଏହି କଟକଣାରୁ ବାଦ ପଡ଼ିବ ।

୭-ଯୁଗ୍ମ-ଅଯୁଗ୍ମ ନମ୍ବରଯୁକ୍ତ ଯାନବାହାନ ଚଳାଚଳ ନିୟମ ବ୍ୟକ୍ତିଗତ ଗାଡ଼ି ଉପରେ ଲାଗୁ ହେବ ନାହିଁ।

୮-ସରକାରୀ ଗାଡ଼ି ଅଥବା ଜରୁରୀକାଳୀନ ପରିସ୍ଥିତିରେ ଭଡାରେ ନିଆଯାଉଥିବା ଗାଡ଼ିକୁ ଏହି ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି।

୯-ସେହିପରି-ଘରୋଇ ହସ୍ପିଟାଲ ଦ୍ବାରା ଡାକ୍ତର ଓ ହସ୍ ପିଟାଲ କର୍ମଚାରୀଙ୍କୁ ନେବା-ଆଣିବାରେ ଲାଗିଥିବା ଗାଡି ପାଇଁ ଏହି ବ୍ୟବସ୍ଥା ଲାଗୁ ହେବନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.