୧୫ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ, ଦିଲ୍ଲୀରେ ଚାଲିଛି କସରତ

Published By : Prameya-News7 Bureau | August 11, 2024 IST

ଭୁବନେଶ୍ଵର: ୧୫ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ। ରାଜ୍ୟ କାର୍ଯାଳୟରେ ଅଗଷ୍ଟ ୧୫ ତାରିଖ ଦିନ ପତାକା ଉତ୍ତୋଳନ କରିବେ ନୂଆ ସଭାପତି। ଏଥିପାଇଁ ଦିଲ୍ଲୀରେ ଏଆଇସିସି କାର୍ଯାଳୟରେ ଚାଲିଛି କସରତ।ରାଜ୍ୟ କଂଗ୍ରେସ ସଭାପତି ରେସରେ ଥିବା ନେତା ଏବେ ଦିଲୀରେ ପକାଇଛନ୍ତି ଡେରା। 

ରାଜ୍ୟ କାର୍ଯାଳୟରେ ଅଗଷ୍ଟ ୧୫ ତାରିଖ ଦିନ ପତାକା ଉତ୍ତୋଳନ କରିବେ ନୂଆ ସଭାପତି। ଏଥିପାଇଁ ଦିଲ୍ଲୀ ଏଆଇସିସି କାର୍ଯାଳୟରେ ଚାଲିଛି କସରତ।ରାଜ୍ୟ କଂଗ୍ରେସ ସଭାପତି ରେସରେ ଥିବା ନେତା ଏବେ ଦିଲୀରେ ଡେରା ପକାଇଛନ୍ତି । ରାଜ୍ୟ କଂଗେସ ସଭାପତି ପାଇଁ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ମଦମ୍ମଦ ମୋକିମ ଏବଂ ଭକ୍ତ ଦାସ ଏହି ରେସରେ ଅଛନ୍ତି। ସମସ୍ତ ନେତା ଏବେ ଦିଲ୍ଲୀରେ ରହି ନିଜ ପାଇଁ ଲବି କରୁଛନ୍ତି। ଏପଟେ କିଛି ନେତା ଭୁବନେଶ୍ବରରେ ନିଜ ସମର୍ଥକଙ୍କ ମାଧ୍ୟମରେ ଆରମ୍ଭ କରିଛନ୍ତି ଲବି। 

ଗତ ୨୧ ତାରିଖରେ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଏଆଇସିସି  ଭଙ୍ଗ କରିଥିଲା। ତିନି ସପ୍ତାହ ହେଲାଣି ରାଜ୍ୟ କଂଗ୍ରେସ ପକ୍ଷରୁ କୈଣସି କାର୍ଯ୍ୟକ୍ରମ କରାଯାଉନାହିଁ। ଏପରିକି କଂଗ୍ରେସ ଭବନ ଖାଁ ଖାଁ ରହିଛି। କେବଳ ସେତିକି ନୁହେଁ, ଜିଲ୍ଲା କଂଗ୍ରେସ ଭବନରେ ବି ତାଲା ପଡିଛି। ସେଠି ବି ଦଳୀୟ କାର୍ଯ୍ୟକ୍ରମ କିଛିକରାଯାଉନାହିଁ। ସେଥିପାଇଁ କର୍ମିମାନେ ନିରାଶ ହେବାକୁ ବସିଲେଣି। 

ହେଲେ ରାଜ୍ୟ ନେତାଙ୍କ କହିବା କଥା ଖୁବ ଶୀଘ୍ର ପିସିସି ସଭାପତିଙ୍କ ନାଁ ଘୋଷଣା କରିବ ଏଆଇସିସି। ୨୦୨୪ ନିର୍ବାଚନରେ ବିଜେପି ଶାସନକୁ ଫେରିଛି। ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ତେଣୁ ଏବେ ଠାରୁ କେଉଁ ଭଳି ନେତାଙ୍କୁ ଦାୟିତ୍ବ ଦେଲେ ସେ ଦଳକୁ ଫର୍ମକୁ ଫେରାଇପାରିବେ ତାକୁ ନେଇ ସନ୍ଧାନ ଜାର ରଖିଛି ଏଆଇସିସି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.