ନୃଶଂସ ପାଲଟିଲା ପୁଅ, ମାଆକୁ ମାରି ଘର ଭିତରେ ପୋଡ଼ିଦେଲା
1/10/2023 at 10:43 PM

କନ୍ଧମାଳ: ତୁଚ୍ଛ ପାଲଟିଲା ମାଆର ସ୍ନେହ-ମମତା। ମାଆକୁ ମାରି ଘରେ ପୋଡ଼ିଦେଲା ନୃଶଂସ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଖଜୁରୀ ସାହିରେ।
ସୂଚନା ଅନୁସାରେ, ଗତକାଲି ବିଲମ୍ବିତ ରାତ୍ରିରେ ବଡ଼ିମୁଣ୍ଡା ଖଜୁରୀ ସାହିର ସ୍ବର୍ଗତ ଫିଲିପ ନାୟକଙ୍କ ପୁଅ ସମୀର ଏଭଳି କାଣ୍ଡ ଘଟାଇଛି। ସେ ଗତ ଶନିବାର ଘୁ.ଉଦୟଗିରି ଜେଲରୁ ଫେରିଥିଲା। କୁହାଯାଉଛି ଜେଲ ଯିବା ପୂର୍ବରୁ ସେ ଅର୍ଦ୍ଧପାଗଳ ଅବସ୍ଥାରେ ଥିଲେ।
ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଯୁବକଙ୍କ ଆତ୍ମହତ୍ୟା, ପ୍ରେମ ପ୍ରସଙ୍ଗ ସନ୍ଦେହ କରୁଛି ପୋଲିସ୍
ସ୍ଥାନୀୟ ସାହି ପଡ଼ୋଶୀଙ୍କ ସହ ଗଣ୍ଡଗୋଳ କରି ଦୀର୍ଘ ୩ ବର୍ଷ ୩ମାସ ହେବ ଜେଲ ଦଣ୍ଡ ଭୋଗୀ ଜେଲରୁ ଆସିଥିଲା। ତେବେ କୌଣସି କାରଣକୁ ନେଇ ଗତକାଲି ବିଳମ୍ବିତ ରାତିରେ ନିଜ ମାଆ ମଞ୍ଜୁଳା ନାୟକଙ୍କୁ ମାରିଦେବା ସହ ଘରେ ଥିବା ଆସବାବ ପତ୍ର ଏବଂ ଘରେ ଜାଳେଣି କାଠରେ ଶବ ପୋଡ଼ି ଦେଇଥିଲେ।
ଏହା ପରେ ଆଖ ପାଖ ପଡ଼ୋଶୀଙ୍କ ଘର ଉପରକୁ ପଥର ଫିଙ୍ଗିବା ସହ ଏକ ଗାଡି ମଧ୍ୟ ଭାଙ୍ଗି ଚୁରମାର କରିଥିଲା। ତେବେ ରବିବାର ସକାଳେ ଗାଁ ଲୋକ ଅଭିଯୁକ୍ତକୁ ଧରି ଟିକାବାଲି ଥାନାକୁ ଖବର ଦେଇଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଗିରଫ କରିବା ସହ ସହ ଘଟଣାର ତଦନ୍ତ କରୁଛି।