ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ପରିଣତ ବୟସରେ ବାପା-ମାଆଙ୍କୁ ହଇରାଣ କରୁଛି ପୁଅ, ଉପ-ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

20/10/2022 at 5:13 PM

ନୀଳଗିରି, ୨୦/୧୦: ପରିଣତ ବୟସରେ ବାପା- ମାଆ ପୁଅର ସେବାକୁ ଅନାଇ ବସିଥାନ୍ତି । ହେଲେ ଆଜିର ସମାଜରେ ଏମିତି ବି ପୁଅ ଅଛନ୍ତି ଯିଏ କି ବାପା ମାଆ ପାଖରୁ ଅଲଗା ରହିବା ସହ ତାଙ୍କୁ ବିଭିନ୍ନ କଥାରେ ହଇରାଣ କରିଥାନ୍ତି । ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ୧୩ ନମ୍ବର ୱାର୍ଡ ଗୋପୀନାଥପୁର ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଗୋପୀନାଥପୁର ଗ୍ରାମର ପାଇକସାହିରେ ଉପେନ୍ଦ୍ର ପ୍ରଧାନ ଓ ତାଙ୍କ ସ୍ତ୍ରୀ ସୁବାସିନୀ ଅଲଗା ରୁହନ୍ତି । ପୁଅଥିଲେ ମଧ୍ୟ ତାଙ୍କୁ ପର କରିଦେବାରୁ ପରିଣତ ବୟସରେ ଦୁଇଜଣ ନିଜେ କଷ୍ଟ କରି ଚଳନ୍ତି। ପୁଅ ପୂର୍ବରୁ ବାପା-ମାଙ୍କୁ ଘର ନିର୍ମାଣ ପାଇଁ ବିରୋଧ କରିବା ସହ ଗାଳିଗୁଳଜ ନେଇ ଥାନାରେ ଘଟଣା ପହଞ୍ଚିଥିଲା । ଏବେ ପୁଣି ପାଇଖାନା ନିର୍ମାଣ କରିବାକୁ ବିରୋଧ କରି କାମକୁ ଭାଙ୍ଗି ଦେଉଛନ୍ତି। ଆଜି ଦୁଇ ବୃଦ୍ଧ ଦମ୍ପତ୍ତି ନ୍ୟାୟ ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି। ସେପଟେ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାସହ ଦରକାର ପଡ଼ିଲେ ନୂତନ ପାଇଖାନା ଗୃହ ପ୍ରଦାନ କରିବେ ବୋଲି କହିଛନ୍ତି ।

   Related Posts