ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଶାଶୁଙ୍କ ଗଳା କାଟି ହତ୍ୟା କଲା ଜ୍ଵାଇଁ

23/11/2022 at 10:38 PM

ରାୟଗଡ଼ା:  ରାୟଗଡ଼ା ସହରର ଗୌତମ ନଗରରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ମଦ ନିଶାରେ ନିଜ ଶାଶୁର ଗଳା କାଟି ହତ୍ୟା କଲା ଜ୍ବାଇଁ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ହତ୍ୟାର ଶିକାର ମହିଳା ଜଣକ ହେଲେ ଗଙ୍ଗାମା ଗରଡିଆ (୫୧) ଓ ତାଙ୍କର ନିଜ ଘର କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କସ୍କାଡାଙ୍ଗ ଗ୍ରାମରେ। କିଛି ଦିନ ହେବ ରାୟଗଡ଼ା ସହରର ଗୌତମ ନଗରରେ ଏକ ଭଡାଘରେ ରହୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଗଙ୍ଗାମାଙ୍କ ସାନ ଝିଅଙ୍କୁ ବିଷମକଟକ ଥାନା ଅନ୍ତର୍ଗତ ବଡମଟକାବାଡି ଗ୍ରାମର ନବୀନ କନ୍ଧପାଣି ବିବାହ କରିଥିଲେ। ବିବାହ ପରଠାରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗୁଥିଲା। ନବୀନ ମଦ ପିଇ ପତ୍ନୀକୁ ମାରପିଟ୍ କରୁଥିବା ଅଭିଯୋଗ ହୋଇଥିଲା। ତେବେ ଗତକାଲି ନବୀନ ରାୟଗଡ଼ା ଆସି ଶାଶୁ ଘରେ ରହିଥିଲେ। ଆଜି ଅପରାହ୍ନରେ ପୁଣି ମଦ୍ୟପାନ କରି ଘରକୁ ଆସି ଶାଶୁ ଓ ପତ୍ନୀ ସହିତ ଝଗଡ଼ା କରିଥିଲେ। ତେବେ ନିଶାସକ୍ତ ଅବସ୍ଥାରେ ସେ ଏକ ଛୁରି ଆଣି ଶାଶୁଙ୍କ ଗଳା କାଟିବା ସହ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଶାଶୁ ଗଙ୍ଗାମାଙ୍କ ମୃତ୍ୟୁ ଘଟିଥିଲା।

ଖବରପାଇ ରାୟଗଡ଼ା ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଶବ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ତେବେ ହତ୍ୟାକାଣ୍ଡ ଭିଆଇଥିବା ଜ୍ବାଇଁ ନବୀନ କନ୍ଧପାଣି ଫେରାର ହୋଇଯାଇଛି। ତାକୁ ଧରିବା ସହ ତଦନ୍ତ କରାଯାଉଥିବା ଏସଡିପିଓ ଦେବଜୋତି ଦାସ କହିଛନ୍ତି।

   Related Posts