‘ଦ ସ୍ନୋମ୍ୟାନ’ର ଫେମ୍ ରୋନନ ବିବର୍ଟଙ୍କ ଦେହାନ୍ତ, ୫୮ ବର୍ଷରେ ଦୁନିଆକୁ କହିଲେ ଅଲବିଦା
25/12/2022 at 10:37 AM

ମୁମ୍ବାଇ ୨୫।୧୨: ହଲିଉଡ ସିନେମା ଭେଟେରାନ ଚଳଚ୍ଚିତ୍ର ତଥା ଟେଲିଭିଜନ ଅଭିନେତା ରୋନନ ବିବର୍ଟଙ୍କ ଦେହାନ୍ତ ହୋଇଛି। ଏହି ଅଭିନେତା ଦୀର୍ଘ ସମୟ ଧରି ଏକ ଗୁରୁତର ରୋଗ ସହ ସଂଘର୍ଷ କରୁଥିଲେ। ଦି ସ୍ନୋମ୍ୟାନ୍ ଚଳଚ୍ଚିତ୍ରରୁ ଅତୁଳନୀୟ ଲୋକପ୍ରିୟତା ହାସଲ କରିଥିବା ରୋନନ୍ ୫୮ ବର୍ଷ ବୟସରେ ଦୁନିଆ ବିଦାୟ ଜଣାଇଥିଲେ।
କହିବାକୁ ଗଲେ ହଲିଉଡ୍ରେ ତାଙ୍କର ଦୀର୍ଘ କ୍ୟାରିଅର୍ ପାଇଁ ରୋନନ୍ ବିବର୍ଟ ଜଣାଶୁଣା । ସେ ବଡ ନିର୍ଦ୍ଦେଶକ ଏବଂ ଅଭିନେତାମାନଙ୍କ ସହିତ ସ୍କ୍ରିନ୍ ସେୟାର କରିଛନ୍ତି । ଆମେରିକାର ଏକ ନ୍ୟୁଜ ଆଉଟଲେଟ୍ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି। ଏହି ଅଭିନେତା ରୟାଲ୍ ଏକାଡେମୀ ଅଫ୍ ଡ୍ରାମାଟିକ୍ ଆର୍ଟରେ ପଢିବା ପରେ ଲଣ୍ଡନରେ ତାଙ୍କର ଅଧିକାଂଶ ସମୟ ଅତିବାହିତ କରିଥିଲେ। ତାଙ୍କ କ୍ୟାରିୟରରେ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରରେ କାମ କରି ଖ୍ୟାତି ଅର୍ଜନ କରିଥିଲେ ।