ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ନାଗ ସାପ !

Published By : Prameya-News7 Bureau | February 28, 2022 IST

ଝାରସୁଗୁଡା ୨୮।୦୨: ରାତି ପାହିଲେ ଶିବରାତ୍ରି। ତେବେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପୈତୃକ ଗ୍ରାମ ଠାକୁରପଡ଼ା ସ୍ଥିତ ଶିବ ମନ୍ଦିରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର  ପ୍ରାଙ୍ଗଣରେ ଏକ ଗଛରେ ହେମାନନ୍ଦ ବିଶ୍ଵାଳଙ୍କ ଫଟୋ ଲାଗିଥିଲା। ଆଉ ଫଟୋ ନିକଟରେ ଏକ ନାଗ ସାପ ଦେଖିବାକୁ ମିଳିଛି। ନାଗ ସାପ ଦିବଙ୍ଗତ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଗତ ୨୫ ତାରିଖରେ ହେମାନନ୍ଦଙ୍କର ପରଲୋକ ଘଟିଛି। ୨୬ ତାରିଖରେ ଅନ୍ତିମ ସଂସ୍କାର ହୋଇଛି। ସଂସ୍କାର ବେଳେ ପୈତୃକ ଗ୍ରାମ ଠାକୁରପଡ଼ା ର ବିଭିନ୍ନ ସ୍ଥାନରେ ଫଟୋଚିତ୍ର ଲଗାଯାଇଥିଲା। ଗାଁର ଶିବ ମନ୍ଦିର ପ୍ରାଙ୍ଗଣରେଏକ ଗଛରେ ଲାଗିଥିଲା ଏହି ଫଟୋ। ଆଉ ସେ ଗଛରେ ନାଗ ସାପ ଆସି ଫଟୋ ଚାରିପଟେ ବୁଲିବା ଲୋକଙ୍କୁ ଆନ୍ଦୋଳିତ କରିଛି।

ହେମାନନ୍ଦ ବିଶ୍ବାଳଙ୍କ ଉଦ୍ୟମରେ ତାଙ୍କ ଗ୍ରାମ ଠାକୁରପଡାଠାରେ ପୁରାତନ ଶୈବ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ଚାଲିଥିଲା। ବର୍ତ୍ତମାନ ତାହା ଅସମ୍ପୁର୍ଣ୍ଣ ଅବସ୍ଥାରେ ରହିଛି। ଏହି ଅବସରରେ ହେମାନନ୍ଦ ବିଶ୍ଵାଳଙ୍କ ପରଲୋକ ଘଟିଛି। ତେବେ ଏକ ଗଛରେ ହେମାନନ୍ଦ ବିଶ୍ଵାଳଙ୍କ ଲଗାଯାଇଥିବା  ଶ୍ରଦ୍ଧାଞ୍ଜଳି ଫଟୋରେ ଏକ ନାଗସାପ ଘୂରି ବୁଲିବା ସ୍ଥାନୀୟ ଲୋକମାନଙ୍କର ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଏହି ଦୃଶ୍ୟ ଦେଖିବାକୁ ମନ୍ଦିରରେ ଆଜି ଦିନସାରା ଲୋକଙ୍କ ଭିଡ ଜମିଛି।  ନାଗ ସାପ ହେମାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିଥିବା କୁହାକୁହି ହେଉଛନ୍ତି ସ୍ଥାନୀୟ ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.