ହୋଲିରେ ଭିଜିବନି ଓଡ଼ିଶା; ରାଜ୍ୟ ଆକାଶ ରହିବ ମେଘମୁକ୍ତ…
7/03/2023 at 11:50 PM

ଭୁବନେଶ୍ୱର ୦୭/୦୩: ହୋଲିରେ ହେବନି ବର୍ଷା। ରାଜ୍ୟ ଆକାଶ ରହିବ ମେଘମୁକ୍ତ। ଭିଜିବନି ବରଂ ଭଲରେ କଟିବ ହୋଲି। ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ କିମ୍ବା ମଧ୍ୟମଧରଣର ବର୍ଷା ହେବା ସମ୍ଭାବନା ରହିଛି। ଏହି ବର୍ଷା କାଳବୈଶାଖୀ ଜନିତ ବର୍ଷା ହେବ।
ବାକି ଉପକୂଳ, ପଶ୍ଚିମ ଓ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ। ମାର୍ଚ୍ଚ ୯ ତାରିଖବି ପ୍ରାୟ ସ୍ଥିତି ସମାନ ରହିବ। ଏନେଇ ସୂଚନା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପଟେ ମାର୍ଚ୍ଚ ୯ ପରଠୁ ରାଜ୍ୟର ଅନେକ ଜିଲ୍ଲାଗୁଡ଼ିକରେ କାଳବୈଶାଖି ଜନିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରିଛି। ସେପଟେ ହୋଲିରେ ପାଗ ଶୁଖିଲା ରହିବ ବୋଲି ମଧ୍ୟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
ମାର୍ଚ୍ଚ ୧୨ ପରଠୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ଏହା ପରଠୁ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି। ଅନ୍ୟପଟେ ବିଗତ ୨୪ ଘଣ୍ଟା ଭିତରେ ରାଜ୍ୟ ପାଗ ଶୁଖିଲା ରହିଛି। ଝାରସୁଗୁଡ଼ାରେ ସର୍ବାଧିକ ୩୭.୦୮ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଓ କଟକର ପାଗ ଶୁଖିଲା ରହିବ।