ଭାରତର ବୈଦେଶିକ ଋଣ ବଢି ୬୨୯ ବିଲିୟନ ଡଲାର ପାର, ଜୁନର ରିପୋର୍ଟ ଜାରି କଲେ RBI
28/09/2023 at 5:14 PM

ନୂଆଦିଲ୍ଲୀ ୨୮।୯: ଦେଶ ଉପରେ ବିଦେଶୀ ଋଣର ଆକାର ଏବେ ଢେର ବଡ । ଭାରତର ବିଦେଶୀ ଋଣ ୨୦୨୩ ଜୁନ ଶେଷ ସୁଦ୍ଧା ବଢି ୬୨୯.୧ ବିଲିୟନ ଆମେରିକୀୟ ଡଲାରକୁ ପହଞ୍ଚିଛି। ତେବେ ଏଥିରେ ଆଶ୍ୱସ୍ତିର କଥା ଯାହା ତାହା ହେଉଛି ଜିଡିପି ଅନୁପାତରେ ଋଣ ହାର ହ୍ରାସ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ପକ୍ଷରୁ ଗୁରୁବାର ଜାରି ତଥ୍ୟରୁ ଏହି କଥା ସାମ୍ନାକୁ ଆସିଛି। ମିଳୁଥିବା ତଥ୍ୟରୁ ଋଣରେ ୪.୭ ବିଲିୟନ ଡଲାର ବୃଦ୍ଧି ହୋଇଛି। ଯାହା ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ୬୨୪.୩ ବିଲିୟନ ଆମେରିକୀୟ ଡଲାର ଥିଲା।

ଆରବିଆଇଙ୍କ ଅନୁସାରେ ଜୁନ ୨୦୨୩ ଶେଷ ସୁଦ୍ଧା ବିଦେଶୀ ଋଣ ଓ ଜିଡିପି ଅନୁପାତ ହ୍ରାସ ହୋଇ ୧୮.୬ ପ୍ରତିଶତ ହୋଇଯାଇଛି। ଯାହା ମାର୍ଚ୍ଚ ଶେଷ ସୁଦ୍ଧା୧୮.୮ ପ୍ରତିଶତ ଥିଲା। ତେବେ ଆରବିଆଇଙ୍କ ଅନୁସାରେ ସରକାରଙ୍କ ସାଧାରଣ ବକେୟା ଋଣ କମ ହୋଇଛି। ତେବେ ଅଣସରକାରୀ ଋଣ ଜୁନ ୨୦୨୩ ଶେଷରେ ବଢି ଯାଇଛି। ଏହାଛଡା ବିଦେଶୀ ଋଣରେ ୩୨.୯ ପ୍ରତିଶତର ସବୁଠୁ ଅଧିକ ଭାଗ ଋଣର ରହିଛି। ଏହା ଛଡା ଏଥିରେ ମୁଦ୍ରା ଓ ଜମା, ବ୍ୟାପାର ଋଣ, ଋଣ ଅଗ୍ରୀମ ଓ ଋଣ ପ୍ରତିଭୂତିର ମଧ୍ୟ ଯୋଗଦାନ ରହିଛି।

ଏହା ପୂର୍ବରୁ ଭାରତର ବିଦେଶୀ ଋଣ ମାର୍ଚ୍ଚ ୨୦୨୩ ଶେଷରେ ସାମାନ୍ୟ ବୃଦ୍ଧି ହୋଇ ୬୨୪.୭ ବିଲିୟନ ଡଲାର ହୋଇଥିଲା। ବିଶ୍ୱରେ ସବୁଠୁ ଅଧିକ ଋଣ ନେଉଥିବା ଦେଶଙ୍କ ସୂଚୀର ଶୀର୍ଷରେ ରହିଛି ଜାପାନ । ସେହିପରି ଆମେରିକା ମଧ୍ୟ ଋଣ କରିବା ମାମଲାରେ ଭାତଠୁ ଆଗରେ ରହିଛି।