ଭଦ୍ରକରେ ସ୍ଥିତି ଅସମ୍ଭାଳ: ହେଲେ ସୁଧୁରି ନାହାନ୍ତି ପ୍ରବାସୀ ଓଡ଼ିଆ

Published By : Prameya-News7 Bureau | May 08, 2020 IST

ଭଦ୍ରକ୮/୫: ଭଦ୍ରକ ଅବସ୍ଥା ଅସମ୍ଭାଳ । ଏବେ ବି ସୁଧୁରୁ ନାହାନ୍ତି ପ୍ରବାସୀ ଓଡ଼ିଆ । ଜିଲ୍ଲାପ୍ରଶାସନର ଭୂମିକାକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା। ଭଦ୍ରକ ସ୍ବଂୟ ଶାସିତ ମହାବିଦ୍ୟାଳୟରେ ରହିଛନ୍ତି ୩୦୦ ରୁ ଅଧିକ ପ୍ରବାସୀ ଓଡିଆ । କିନ୍ତୁ ଆଜି ସେମାନେ କ୍ଵାରେଣ୍ଟାଇନ ସେଣ୍ଟରରୁ ବାହାରି ମାଳମାଳ ହୋଇ ବୁଲୁଥିବା ଦେଖିବାକୁ ମିଳିଛି । ତେବେ ସେମାନଙ୍କୁ ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇଛନ୍ତି । ଭଦ୍ରକ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଜନୈକ ପ୍ରବାସୀ ସେମାନଙ୍କ ଅସୁବିଧା ବିଷୟ ରେ କହିଛନ୍ତି ଯେ ସେମାନଙ୍କ ରହିବା ପାଇଁ ସୁବିଧା ନାହିଁ । ଖାଦ୍ୟର ମଧ୍ୟ ସୁବିଧା ନଥିବାରୁ ସେମାନେ ବାହାରି ଆସିଥିବା କହୁଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇଛନ୍ତି । ଜିଲ୍ଲାପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.