ଭାରତରେ କରୋନା ବ୍ୟାପିଲେ ଭୟଙ୍କର ହେବ ସ୍ଥିତି: ଆମେରିକୀୟ ଗୁଇନ୍ଦା ସଂସ୍ଥା

Published By : Prameya-News7 Bureau | March 03, 2020 IST

ନୂଆଦିଲ୍ଲୀ୩/୩: ଆମେରିକୀୟ ଗୁଇନ୍ଦା ସଂସ୍ଥା ସତର୍କ କରାଇଥିଲା ଯେ ଭାରତରେ କରୋନା ସଂକ୍ରମଣ ହେଲେ ସ୍ଥିତି ଭୟଙ୍କର ହୋଇଯିବ। ଗତକାଲି ୩ ଜଣ ରୋଗୀ ଚିହ୍ନଟ ହେବା ପରେ ଆଜି ବିଭିନ୍ନ ସ୍ଥାନରେ ଜୋରଦାର ସତର୍କତା ଅବଲମ୍ବନ କରାଯାଇଛି। ସେପଟେ ଆଗ୍ରାରେ କିନ୍ତୁ ଗୋଟିଏ ପରିବାରର ୬ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିବା ବେଳେ ଭୟଭୀତ ନହେବା ଲାଗି ପରାମର୍ଶ ଦେଇଛନ୍ତି।

{"id":232393,"sizeSlug":"large"}

ସାରା ଦେଶ ପାଇଁ ପୁଣି ଚିନ୍ତା ବଢ଼ାଇଲାଣି କରୋନା ଭାଇରସ, କୋଭିଡ ୧୯ । ଦିଲ୍ଳୀ, ହାଇଦ୍ରାବାଦ ଏବଂ ଜୟପୁରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏବେ ତନାଘନା ଜୋର ଧରିଛି । ଏହି ରୋଗୀଙ୍କ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୩ ଜଣ ବ୍ୟକ୍ତିଙ୍କୁ ଆଇସୋଲେସନ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । କରୋନା ଭାଇରସ୍ ପଜିଟିଭ୍ ଥିବା ଦିଲ୍ଳୀର ବ୍ୟକ୍ତି ଜଣଙ୍କ ଆଗ୍ରାରେ ଏକ ପାର୍ଟି ଦେଇଥିଲେ । କରୋନ ଭାଇରସ୍‌କୁ ହାଲୁକାରେ ନେଉଥିବା ଲୋକେ ଏବେ ଭୟଭୀତ ହୋଇ ପଡିଛନ୍ତି।

{"id":232397,"sizeSlug":"large"}

ଏଥିରେ ଗ୍ରେଟର ନୋଏଡାର ଏକ ଘରୋଇ ସ୍କୁଲର ୨ ଜଣ ପିଲାଙ୍କ ସମେତ ୫ ଜଣ ଅଭିଭାବକ ସାମିଲ ହୋଇଥିଲେ । କାଳେ ଏହି ବ୍ୟକ୍ତିଙ୍କ ଠାରୁ କରୋନା ଭାଇରସ ସଂକ୍ରମିତ ହୋଇଥିବ ସନ୍ଦେହ କରି ସମସ୍ତ ପରିବାରକୁ ଆଇସୋଲେସନ ଓ୍ବାର୍ଡରେ ରଖାଯାଇଛି । 

{"id":232396,"sizeSlug":"large"}

ସିଡିଏମ୍‌ଓଙ୍କ ପରାମର୍ଶରେ ସ୍କୁଲକୁ ୯ ତାରିଖ ଯାଏ ବନ୍ଦ କରିଦେଇଛନ୍ତି କର୍ତ୍ତୃପକ୍ଷ । ସେହିପରି ଆଗ୍ରାର ଏକ ପରିବାର ୬ ଜଣଙ୍କ ଠାରେ ଭାଇରାଲ ଥଣ୍ଡା ଲକ୍ଷଣ ଦେଖାଦେଇଥିବାରୁ ସେମାନଙ୍କୁ ମଧ୍ୟ ଅଲଗା ରଖାଯାଇଛି।  ଦେଶର ରାଜଧାନୀରେ କରୋନା ଆଶଙ୍କା ଥିବାରୁ ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଲୋଚନା କରିଛନ୍ତି ।

{"id":232394,"sizeSlug":"large"}

ସେପଟେ କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ଘନ ଘନ ବୈଠକ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତିର ସମୀକ୍ଷା ପରେ ଭୟଭୀତ ନହେବାକୁ ଜନସାଧାରଣଙ୍କୁ ଟ୍ବିଟ କରି ପରାମର୍ଶ ଦେଇଛନ୍ତି । ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ସେ ନିଜେ କରୋନା ସ୍ଥିତିର ରିଭ୍ୟୁ କରିଥିବା କହିଛନ୍ତି ।  କିଛି ରାଜ୍ୟ ସରକାର କେନ୍ଦ୍ର ସହ ମିଳିତ ଭାବେ ଏହାର ପ୍ରତିକାର ଦିଗରେ କାର୍ଯ୍ୟ କରୁଛନ୍ତି। ସେପଟେ ସତର୍କତା ଦୃଷ୍ଟିରୁ ଚୀନ୍, ଜାପାନ,  ଇରାନ, ଦକ୍ଷିଣ କୋରିଆ, ଇଟଲୀ ସମେତ ଆଉ କିଛି ଦେଶରୁ ଆସିବାକୁ ଥିବା ଲୋକଙ୍କର ଭିସା ଅନ୍ ଆରାଇଭାଲ୍ ବାତିଲ କରିଦିଆଯାଇଛି । ଏନେଇ ଏକ ଆଡଭାଇଜୋରି ଜାରି କରିଛନ୍ତି କେନ୍ଦ୍ର ସରକାର।  ସବୁ ପ୍ରମୁଖ ଏୟାରପୋର୍ଟ ଏବଂ ବନ୍ଦରରେ ବିଦେଶରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି। ୧୨ଟି ଦେଶରୁ ଭାରତକୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି ।

{"id":232395,"sizeSlug":"large"}

ସାରା ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୩୧ ଶହ ଟପିଲାଣି। କେବଳ ଚୀନରେ ମୃତ୍ୟୁ ସଂଖ୍ୟା ଟପିଲାଣି ୩ ହଜାର। ସ୍ଥିତି ଏବେ ଇରାନରେ ମାରାତ୍ମକ ରୂପ ଧରିଲାଣି। କରୋନାରେ ଆଉ ୧୧ ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି। ସ୍ଥିତିର ନିୟନ୍ତ୍ରଣ ପାଇଁ ସେନାକୁ ଦାୟିତ୍ବ ଦେଇଛନ୍ତି ଇରାନ ସରକାର। ବିଶ୍ବରେ ୯୧ ହଜାରରୁ ଅଧିକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ୭୦ ରୁ ଅଧିକ ଦେଶକୁ ବ୍ୟାପିଲାଣି କରୋନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.