suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ

2/10/2020 at 9:44 PM

ଭୁବନେଶ୍ୱର ୨/୧୦:  ଅଭିଳାଷ ଚଳଚ୍ଚିତ୍ର କାନ୍ନେସ୍ ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ଫ୍ରାନ୍ସ ପାଇଁ ମନୋନୀତ। ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର ଅଭିଳାଷ ଫ୍ରାନ୍ସ ଦେଶରେ ପ୍ରଦର୍ଶିତ ହୋଇଥିବାରୁ ଚାରିଆଡୁ ପ୍ରସଂଶାର ସୁଅ ଛୁଟି ଆସିବାରେ ଲାଗିଛି। ଏହି ଫେଷ୍ଟିଭାଲ ପାଇଁ ୯ଟି ଦେଶର ଜୁରି ମୋନୋନିତ ହୋଇଛନ୍ତି । ଆମ ଭାରତର ପ୍ରକାଶ ଝା ଭଳି ବରିଷ୍ଠ ନିର୍ଦ୍ଦେଶକ ଜୁରି କମିଟିରେ ମଧ୍ୟ ରହିଛନ୍ତି । ଏହି ଫେଷ୍ଟିଭାଲଟି ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିବା ବେଳେ ବିଶ୍ବର ପ୍ରାୟ ୮୨ଟି ଚଳଚ୍ଚିତ୍ର ମନୋନୀତ ହୋଇଥିଲା। ଆମ ଦେଶ ଭାରତରୁ ୪ଟି ଏବଂ ଓଡ଼ିଶାରୁ  ଗୋଟିଏ ଚଳଚ୍ଚିତ୍ର ‘ଅଭିଳାଷ’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଏହି ଫେଷ୍ଟିଭାଲକୁ ଚଳଚ୍ଚିତ୍ରଟିକୁ ପହଞ୍ଚାଇବା ପାଇଁ ମୁଖ୍ୟ ମାର୍ଗଦର୍ଶକ ସାଜିଛନ୍ତି ସୁଭମ୍ ଅପ୍ରୁୱା । ଏହି ଅଭିଳାଷ ଚଳଚ୍ଚିତ୍ରଟି ବହୁ ଜାତୀୟ ଓ ଅର୍ନ୍ତଜାତୀୟ ପୁରସ୍କାର ପାଇବା ପରେ ଏହା ଏକ ଅପୂର୍ବ ସଫଳତା ହାସଲ କରିଛି । ହିଞ୍ଜିଳିକଟୁ ପରି ଛୋଟିଆ ସହରର ଏହି ଚଳଚ୍ଚିତ୍ର ଆଜି ବିଶ୍ୱ ପ୍ରସିଦ୍ଧ ଫେଷ୍ଟିଭାଲ ଫ୍ରାନ୍ସର କାନ୍ନେସରେ ପ୍ରଦର୍ଶିତ ହୋଇଛି। ‘ଅଭିଳାଷ’ର ନିର୍ଦ୍ଦେଶନା ନୃତ୍ୟ କଳା ଗବେଷଣା କେନ୍ଦ୍ର ହିଞ୍ଜିଳିକାଟୁର ନିର୍ଦ୍ଦେଶକ ଗୁରୁ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଦେଇଥିବାବେଳେ ଅଭିନୟ T. ଶିବାଜି ଦାସ ଏବଂ ଚିତ୍ର ଉତ୍ତୋଳନରେ ଶ୍ରୀନୁ ଦାସ କହିଛନ୍ତି। ସହ ନିର୍ଦ୍ଦେଶକ ଭାବେ ରଞ୍ଜନ କୁମାର ସାହୁ ଏବଂ ଫିଲ୍ମର ନିର୍ମାଣ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସୁଭମ୍ ଅପ୍ରୁୱା ଏବଂ ସୁଭମ୍ ଦାସ।  ଏହି ଫିଲ୍ମଟି ଦୁଇଟି ପର୍ଯ୍ୟାୟରେ ମୋନୋନିତ ହୋଇଛି। ପବ୍ଲିକ ଭୋଟିଂ ଏବଂ ଜୁରି ଆୱାର୍ଡ଼ ଦ୍ଵାରା ସମସ୍ତ ସିନେମାର ମାନ ନିର୍ଦ୍ଧାରଣ କରାଯିବ। ପ୍ରଥମ ଥର ହିଞ୍ଜିଳିକଟୁର ଚଳଚ୍ଚିତ୍ର ଫ୍ରାନ୍ସ ଦେଶର ପଦର୍ଶିତ ହୋଇଥିବାରୁ , ଏହି କଥାକୁ ନେଇ ଅଞ୍ଚଳବାସୀ ଏବଂ ଓଡ଼ିଶାବାସୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଶେଷରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦେଶବାସୀଙ୍କୁ ଭୋଟିଂ ପାଇଁ ବିନୀତ ଅନୁରୋଧ କରିଛନ୍ତି।

   Related Posts