ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

କ’ଣ ନିର୍ମାଣ ହେବାକୁ ଯାଉଛି ‘୩ ଇଡିୟଟ୍ସ’ର ସିକ୍ଵେଲ ? ୧୪ ବର୍ଷ ପରେ ଏକାଠି ହେଲେ ତିନି ଅଭିନେତା

4/02/2023 at 7:26 PM

ମୁମ୍ବାଇ: ରାଜକୁମାର ହିରାନୀଙ୍କ ୩ ଇଡିୟଟ୍ସ ହିନ୍ଦୀ ସିନେମାରେ ସବୁଠୁ ସ୍ମରଣୀୟ ଫିଲ୍ମ ମଧ୍ୟରୁ ଅନ୍ୟତମ। ଫିଲ୍ମଟି ସେହି ସମୟରେ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ଭାରତ ଚଳଚ୍ଚିତ୍ର ଇତିହାସରେ ସବୁଠୁ ଲୋକ ପ୍ରିୟ ଫିଲ୍ମ ମଧ୍ୟରୁ ଏହା ଗୋଟିଏ। ୩ ଇଡିୟଟ୍ସ ୨୦୦୯ରେ ରିଲିଜ୍ ହୋଇଥିଲା। ଏବେ ୧୪ ବର୍ଷ ପରେ ପୁଣିଥରେ ଫିଲ୍ମର ଅଭିନେତା ଏକାଠି ହୋଇଛନ୍ତି। ତିନି ଅଭିନେତାଙ୍କୁ ଏକାଠି ଦେଖିବା ପରେ ପୁଣି ଥରେ ୩ ଇଡିୟଟ୍ସର ଅନେକ ଦୃଶ୍ୟ ଲୋକଙ୍କ ମନରେ ସତେଜ ହୋଇ ଯାଉଛି। କମେଣ୍ଟ ସେକ୍ସନରେ ୟୁଜର୍ସ ଏହା ଲେଖିବା ଆରମ୍ଭ କରି ଦେଇଛନ୍ତି ଯେ, ହିରାନୀଙ୍କୁ ଏହାର ପରବର୍ତ୍ତୀ ପାର୍ଟ କରିବା ଉଚିତ୍।

୧୪ ବର୍ଷ ପରେ ଏକାଠି ହେଲେ ତିନି ଅଭିନେତା

ଭିଡିଓ ଦେଖି ଯଦି ଆପଣ ଭାବୁଥିବେ ଯେ, ୩ ଇଡିୟଟ୍ସର ସିକ୍ଵେଲ ଆସିବାକୁ ଯାଉଛି। ମାତ୍ର ଏମିତି କିଛି ନାହିଁ। ସୂଚନା ଅନୁଯାୟୀ, ସରମନ ଯୋଶୀ ନିଜର ଗୁଜରାଟୀ ଫିଲ୍ମ Congratulationsର ରିଲିଜ୍ ପୂର୍ବରୁ ଏହି ଭିଡିଓ ସେୟାର କରିଥିଲେ।ଏହି ଫିଲ୍ମ ପୂର୍ବରୁ ତିନି ଅଭିନେତା ଏକତ୍ର ନଜର ଆସିଛନ୍ତି। ଏହା ଜରିଆର ସରମନ ନିଜ ଫିଲ୍ମ ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେବାକୁ ଚେଷ୍ଟା କରିଛନ୍ତି।

ପ୍ରଶଂସକ କହିଛନ୍ତି, ତିନି ଜଣଙ୍କୁ ଦୀର୍ଘ ସମୟ ପରେ ଏକାଠି ଦେଖି ବହୁତ ଖୁସି ଲାଗୁଛି। ତେଣୁ ୩ ଇଡିୟଟ୍ସର ଆଉ ଏକ ପାର୍ଟ କରାଯିବା ଉଚିତ୍। ଆମେ ୩ ଇଡିୟଟ୍ସର ସିକ୍ଵେଲକୁ ଅପେକ୍ଷା କରୁଛୁ। ଜଣେ ପ୍ରଶଂସକ ଲେଖିଛନ୍ତି ଭାରତୀୟ ସିନେମାର ମହାନ ଚରିତ୍ର ରାଞ୍ଚୋ, ରାଜୁ, ଫରହାନ। ୩ ଇଡିୟଟ୍ସରେ ଆମିରଙ୍କ ଚରିତ୍ରର ନାମ ରାଞ୍ଚୋ, ମାଧବନଙ୍କ ନାମ ଫରହାନ ଏବଂ ଶରମନ ଯୋଶୀଙ୍କ ନାମ ରାଜୁ ଥିଲା।

   Related Posts