ମନ୍ତ୍ରୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ଦ୍ବିତୀୟ ପତ୍ନୀ : କହିଲେ, ‘୨ ପିଲାଙ୍କୁ ଘରେ ବନ୍ଦୀ କରି ରଖିଛନ୍ତି, ଅକଥନୀୟ ନିର୍ଯାତନା ଦେଉଛନ୍ତି’

Published By : Prameya-News7 Bureau | February 04, 2021 IST

ମୁମ୍ବାଇ ୦୪/୦୨ : ମହାରାଷ୍ଟ୍ରର ସାମାଜିକ ନ୍ୟାୟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ବିବାଦ ମଧ୍ୟକୁ ଟାଣି ହୋଇଛନ୍ତି । ଧନଞ୍ଜୟ ମୁଣ୍ଡେଙ୍କ ଦ୍ବିତୀୟ ପତ୍ନୀ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହିତ ତାଙ୍କର ଦୁଇ ଜଣ ପିଲାଙ୍କୁ ମଧ୍ୟ ଅକଥନୀୟ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ପତ୍ନୀ କରୁଣା ଶର୍ମା ଅଭିଯୋଗ କରିଛନ୍ତି ଯେ ପତି ତଥା ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ, ସେମାନଙ୍କ ଦୁଇ ପିଲାଙ୍କୁ ତାଙ୍କର ସରକାରୀ ବାସଭବନରେ ବନ୍ଦୀ କରି ରଖିଛନ୍ତି ଏବଂ ଡିଜିପି ହେମନ୍ତ ନାଗରାଲେଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସେ କରିଛନ୍ତି ଯେ କିଛି ଦିନ ପୂର୍ବରୁ ଯେତେବେଳେ ସେ ପିଲାମାନଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ବହୁ ସଂଖ୍ୟାରେ ପୋଲିସ କର୍ମୀ ତାଙ୍କୁ ଭିତରକୁ ପଶିବା ପାଇଁ ଅନୁମତି ଦେଇନଥିଲେ ।  ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପତ୍ନୀ । ଏହା ସହିତ ଯଦି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନନିଏ ତେବେ ସେ ଫେବୃଆରୀ ୨୦ରୁ ଆଜାଦ ମଇଦାନରେ ଥିବା ମନ୍ତ୍ରାଳୟ ବାହାରେ କିମ୍ବା ମନ୍ତ୍ରୀଙ୍କ ବାସଭବନ ବାହାରେ ଧାରଣାରେ ବସିବାକୁ ଧମକ ଦେଇଛନ୍ତି ।

ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ । ସେ କହିଛନ୍ତି ତାଙ୍କ ପତ୍ନୀଙ୍କୁ ନେଇ ଲାଗି ରହିଥିବା ବିବାଦ କୋର୍ଟରେ ବିଚାରଧୀନ ଅଛି । ଏହା ସହିତ କୋର୍ଟଙ୍କ ଦ୍ବାରା ଜଣେ ମଧ୍ୟସ୍ଥିଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ନିଯୁକ୍ତି ଦିଆଯାଇଥିବା ମଧ୍ୟସ୍ଥି ଏବଂ ଉଭୟଙ୍କ ମଧ୍ୟରେ ୨ ଥର ଆଲୋଚନା ଶେଷ ହେଲାଣି । ତେବେ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ଧନଞ୍ଜୟ ମୁଣ୍ଡେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.