Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
  • ||

ରେକର୍ଡ ସ୍ତରରେ ତରଳିଛି ଦକ୍ଷିଣ ମେରୁରେ ବରଫ, ବଡ଼ ବିପଦର ଆଶଙ୍କା ! ଚିନ୍ତା​‌ ବଢ଼ାଇଲା ଫେବ୍ରୁଆରୀ ମାସର ତଥ୍ୟ

5/03/2023 at 9:32 PM

ନୂଆଦିଲ୍ଲୀ, ୦୫/୦୩: ଧୀରେ ଧୀରେ ତରଳୁଛି ଦକ୍ଷିଣ ମେରୁର ସାମୁଦ୍ରିକ ବରଫ । ଚଳିତ ବର୍ଷ ଫେବ୍ରୁଆରୀରେ ବରଫ ତରଳିବା ମାତ୍ରା ଚିନ୍ତାର କାରଣ ପାଲଟିଛି। କାରଣ ଏହି ମାସରେ ଏଠାରେ ଖୁବ୍ ଦ୍ରୁତ ଭାବରେ ତରଳିଛି ବରଫ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଦକ୍ଷିଣ ମେରୁରେ ଏତେ ବରଫ ପୂର୍ବରୁ କେବେ ତରଳିନାହିଁ। ଯଦି ଏହିଭଳି ଜାରି ରହୁଛି ତେବେ​‌ ଆଗାମୀ କିଛି ବର୍ଷରେ ଦକ୍ଷିଣ ମେରୁରେ ଥିବା ଗ୍ଲେସିୟର ଜଳମଗ୍ନ ହୋଇଯିବ।

ରିପୋର୍ଟରେ କୁହାଯାଇଛି ୨୦୨୨ ରେ ୨୫ ଫେବ୍ରୁଆରୀରେ ସାମୁଦ୍ରିକ ବରଫର ମାତ୍ରା ଖସି ୧.୯୨ ବର୍ଗ କିମି ରହିଥିଲା। ୧୯୭୯ ରେ ଆରମ୍ଭ ହୋଇଥିବା ସାଟେଲାଇଟ୍ ଫଟୋଦ୍ବାରା କରାଯାଇଥିବା ସମୀକ୍ଷାରେ ଏହି ସ୍ତର ସବୁଠୁ କମ୍ ସ୍ତରରେ ରହିଥିଲା। ଚଳିତ ବର୍ଷ ୧୨ ଫେବ୍ରୁଆରୀରେ ଏହା ରେକର୍ଡ ସ୍ତରକୁ ଖସିଥିଲା ଏବଂ ସାମୁଦ୍ରିକ ବରଫ ସ୍ତର ଗତ ୨୫ ଫେବ୍ରୁଆରୀ ତୁଳନାରେ ୧.୭୯ ବର୍ଗ କିମିର ନୂଆ ରେକର୍ଡ ସ୍ତରରେ ପହଞ୍ଚିଥିଲା।

ଗତ ଶନିବାର ଦ ଗାର୍ଡିଆନ ସମ୍ବାଦପତ୍ର ରିପୋର୍ଟ ଅନୁଯାୟୀ ଦକ୍ଷିଣ ମେରୁରେ ଏତେ କମ୍ ମାତ୍ରାରେ ବରଫ କେବେବି ଦେଖଯାଇନାହିଁ। ବୈଜ୍ଞାନିକମାନେ ଏହାର କାରଣ ପ୍ରଖର ସୂର୍ଯ୍ୟତାପକୁ କାରଣ ବୋଲି କହିଛନ୍ତି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପ୍ରଦୂଷଣ ଏବଂ ଏହାଦ୍ବାରା ହେଉଥିବା ଗରମ କାରଣରୁ ଏଭଳି ହେଉଛି।

ବିଶେଷଜ୍ଞଙ୍କ ଅନୁଯାୟୀ ସମୁଦ୍ର ଉପରେ ବରଫର ମୋଟା ଚାଦର ହେବା କାରଣରୁ ଦକ୍ଷିଣ ମେରୁରେ ଅନେକ ସାମୁଦ୍ରିକ ଝଡ଼ ବିପଦ ହଟିଯାଏ। କିନ୍ତୁ ବୈଜ୍ଞାନିକଙ୍କ ଡ଼ର ରହିଛି ଯଦି ବରଫ ତରଳୁଛି ତେବେ ଉପକୂଳ ଅସୁରକ୍ଷିତ ହୋଇଯିବ।

   Related Posts