ହତ୍ୟାର ୧୪ ଦିନ ପରେ ମିଳିଲା ସ୍କୁଟି, ହତ୍ୟାକାରୀର ଟେର ପାଉନି ପୋଲିସ୍

Published By : Prameya-News7 Bureau | November 27, 2022 IST

ଆନନ୍ଦପୁର: ହତ୍ୟାକାଣ୍ଡର ୧୪ ଦିନ ପରେ ମଧ୍ୟ ପୋଲିସ୍ ହାତ ଖାଲି। ହେଲେ ହତ୍ୟାକାରୀ ନେଇ ଯାଇଥିବା ସ୍କୁଟିକୁ ଉଦ୍ଧାର କରିଛି ପୋଲିସ୍। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଅନ୍ୟ ସାମଗ୍ରୀର ସନ୍ଧାନରେ ଜୁଟିଛି ପୋଲିସ୍।  ହେଲେ ପୋଲିସକୁ ଆଶାନୁରୂପ ସଫଳ ମିଳିନାହିଁ। ହତ୍ୟାକାରୀର ଟେର୍ ପାଇ ପାରିନି ପୋଲିସ୍। ହତ୍ୟା ଘଟଣାର ୧୪ ଦିନ ବିତି ଯାଇଥିବା ବେଳେ ତୁରନ୍ତ ହତ୍ୟାକାରୀଙ୍କୁ ଧରିବାକୁ ଦାବି କରିଛନ୍ତି ପରିବାର ଓ ସ୍ଥାନୀୟ ଲୋକେ।

ନଭେମ୍ବର ୧୪ ତାରିଖରେ ନନ୍ଦିପଦା ଥାନା ନିକଟରେ ଭଡ଼ାଘରେ ରହୁଥିବା ଢେଙ୍କା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ଵାଇଁଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ତାଙ୍କ ସ୍କୁଟିକୁ ନେଇ ଫେରାର ହୋଇ ଯାଇଥବା ଚର୍ଚ୍ଚା ହୋଇଥିଲା। କିଛି ଲୋକଙ୍କ କହିବା କଥା ଓ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ସାଳନ୍ଦୀ ନଦୀର ବିଦ୍ୟାଧରପୁର ପ୍ରୋଜେକ୍ଟ ବାମ ପାର୍ଶ୍ୱ କେନାଲର ଢେଙ୍କା ନିକଟରେ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ୍ ଓ ଅଗ୍ନିଶମ ବାହିନୀ। କେନାଲର ପାଣି ସୁଖା ଯାଇ ଖୋଜାଖୋଜି କାମ କରାଯାଉଥିଲେ ମଧ୍ୟ ସାଇଫନ ତଳକୁ ଖସି ପଡିଥିା ସ୍କୁଟି। ତେବେ ଦୀର୍ଘ ୧୪ ଦିନ ପରେ ଆଜି ସ୍କୁଟିଟିକୁ ଠାବ କରି ଉଦ୍ଧାର କରଯାଇଛି। ଏବେ ମଧ୍ୟ ପୋଲିସ୍ ସମ୍ପୃକ୍ତ ସ୍ଥାନରେ ହତ୍ୟା ସମୟରେ ଆଉ କିଛି ବ୍ୟବହୃତ ସାମଗ୍ରୀ ପଡି ଥିବା ନେଇ ଖୋଜାଖୋଜି ଜାରି ରଖିଛି। ହତ୍ୟା ଘଟଣାର ୧୪ ଦିନ ବିତି ଯାଇଥିବା ବେଳେ ତୁରନ୍ତ ହତ୍ୟାକାରୀଙ୍କୁ ଧରିବାକୁ ଦାବି ରଖୁଛନ୍ତି ପରିବାର ଓ ସ୍ଥାନୀୟ ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.