ବେଲପତ୍ର କେବେ ବାସି ହୁଏ ନାହିଁ, ତେଣୁ ଠାକୁରଙ୍କୁ ଅର୍ପଣ ହୋଇଥିବା ବେଲ ପତ୍ରକୁ ପୁଣି ଶିବଲିଙ୍ଗରେ ଚଢାଯାଇପାରିବ…

Published By : Prameya-News7 Bureau | July 20, 2019 IST

ଶ୍ରାବଣ ମାସରେ ପ୍ରଭୁ ଶିବଙ୍କ କୃପା ଟିକେ ପାଇବା ପାଇଁ ଶିବ ମନ୍ଦିରରେ ଭକ୍ତମାନଙ୍କ ଭିଡ ମାସ ସାରା ଲାଗିରହିଥାଏ। ଭକ୍ତମାନେ ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ନେଇ ଶିବଲିଙ୍ଗ ଉପରେ ଅର୍ପଣ କରିଥାନ୍ତି। ସେଥିମଧ୍ୟରୁ ଶିବଙ୍କ ପୂଜାରେ ବେଲ ପତ୍ରର ବିଶେଷ ମହତ୍ବ ରହିଛି।

ଉଜୈନର ଜଣେ ଜ୍ୟୋତିଷ ପି ମନୀଶ୍ ଶର୍ମାଙ୍କ କହିବାନୁସାରେ ବେଲ ବୃକ୍ଷ ଘର ବାହାରେ କିମ୍ବା ଆଖାପାଖରେ ରହିଲେ, ବିଭିନ୍ନ ପ୍ରକାର ବାସ୍ତୁ ଦୋଷ ଦୂର ହୋଇଯାଇଥାଏ। ଏହାଛଡ଼ା ଆୟୁର୍ବେଦିକ କ୍ଷେତ୍ରରେ ମଧ୍ୟ ବେଲ ପତ୍ରର ମହତ୍ବ ଯଥେଷ୍ଟ ରହିଛି।

-  ଯେଉଁ ଘର ସାମ୍ନାରେ ବେଲ ଗଛ ରହିଥାଏ ଏବଂ ସବୁଦିନ ସକାଳୁ ସେହି ଗଛ ମୂଳରେ ପାଣି ଦିଆଯାଉଥାଏ। ତେବେ ସେହି ସ୍ଥାନରେ ବାସକରୁଥିବା ଲୋକଙ୍କ ଚିନ୍ତାଧାରା ଓ ବିଚାରାଧାରା ଅତି ଉନ୍ନତମାନର ହୋଇଥାଏ। ଆସନ୍ତୁ ବେଲ ଗଛର କେତୋଟି ମହତ୍ବଗୁଣ  ବିଷୟ ଜାଣିବା।

- ଘରର ଉତ୍ତର- ଦକ୍ଷିଣ ଦିଗରେ ବେଲ ଗଛ ଲଗାଇବା ଦ୍ବାରା ଶୁଭ ହୋଇଥାଏ।

- ଉତ୍ତର- ଦକ୍ଷିଣ ଦିଗ ବଦଳରେ ଘରର ଉତ୍ତର ଦିଗରେ ବେଲ ଗଛ ଲଗାଇବା ଦ୍ବାରା ମଧ୍ୟ ଶୁଭ ହୋଇଥାଏ।

- ଶିବଲିଙ୍ଗ ଉପରେ ଚଢ଼ାଯାଇଥିବା ବେଲ ପତ୍ରକୁ ଧୋଇ ତା’ ପରଦିନ ଶିବଲିଙ୍ଗ ଉପରେ ପୂନର୍ବାର ଚଢ଼ାଇ ପାରିବେ। କୁହାଯାଏ କି ବେଲ ପତ୍ର ବାସି ହୁଏ ନାହିଁ।

- ଜ୍ୟୋତିଷଙ୍କ କହିବାନୁଯାୟୀ, ଅଷ୍ଟମୀ, ଚତୁର୍ଦଶୀ, ଅମାବାସ୍ୟା ଓ ରବିବାର ଦିନ ବେଲ ପତ୍ର ଗଛରୁ ତୋଳିବା ଉଚିତ ନୁହେଁ। ବଜାରରୁ ବେଲ ପତ୍ର କିଣି  ଶିବଙ୍କ ଉପରେ ଚଢ଼ାଇବ ଉଚିତ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି।

ବେଲ ଗଛର ମହତ୍ବ ଅନେକ ରହିଛି, ବିଷ୍ଣୁପୁରାଣରେ ବେଲ ଗଛକୁ ଶିବଙ୍କ ଆଖ୍ୟା ଦିଆଯାଇଛି। ବେଲ ଗଛକୁ ଶ୍ରୀ ବୃକ୍ଷ ମଧ୍ୟ କୁହାଯାଏ ଏବଂ ମାଆ ଲକ୍ଷ୍ମୀଙ୍କ ଅନ୍ୟ ନାମ ମଧ୍ୟ ଶ୍ରୀ। ବେଲ ଗଛ ପୂଜାକରିବା ଦ୍ବାରା ମାଆ ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିଥାଏ। ବେଲ ଗଛର ଚେରରେ ଗିରିଜା, ଗଛ ଶାଖା ତଳେ ମାହେଶ୍ବରୀ, ପତ୍ରରେ ପାର୍ବତୀ, ପୁଲରେ ଗୌରୀ, ଡାଳରେ ଦକ୍ଷାୟନୀ ଓ ଫଳରେ କାତ୍ୟାୟନୀ ବାସ କରିଥାନ୍ତି। ଏଥିପାଇଁ ପୁରାଣରେ ବେଲ ଗଛର ମହତ୍ବ ଅଧିକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.