ଅପେକ୍ଷାର ଘଟିଲା ଅନ୍ତ, ନନ୍ଦନକାନନରେ ପୁଣି ଚାଲିବ ରୋପ୍ ୱେ

Published By : Prameya-News7 Bureau | November 16, 2023 IST

ବାରଙ୍ଗ: ଦୀର୍ଘବର୍ଷ ପରେ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ରୋପ୍ ୱେ। ଶୁକ୍ରବାର ଅପରାହ୍ନରେ ଉଦ୍‌ଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ନନ୍ଦନକାନନରୁ ବଟାନିକାଲ ଗାର୍ଡେନ ମଧ୍ୟରେ ଥିବା କଞ୍ଜିଆ ହ୍ରଦ ଉପରେ ଚାଲିବାକୁ ଥିବା ଏହି ରୋପ ଓ୍ବେ ଦୀର୍ଘ ଦିନରୁ ବନ୍ଦ ରହିଥିଲା। ରୋପ୍ ୱେ ଟିକେଟ ମୂଲ୍ୟ ୧୨୦ ଟଙ୍କାରୁ ଆରମ୍ଭ ହୋଇ ଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହାର ମୂଲ୍ୟ ୨୨୦ ଟଙ୍କା ରହିଛି।

ତେବେ ପୁନଃକାର୍ଯ୍ୟକ୍ଷମ ପାଇଁ, ଉଭୟ ନନ୍ଦନକାନନ କର୍ତ୍ତୃପକ୍ଷ, ଦାମୋଦର ରୋପ୍ ୱେ ଇନ୍‌ଫ୍ରାଷ୍ଟ୍ରକଚର୍ ପ୍ରାଇଭେଟ୍ ଲିମିଟେଡ ଏବଂ ଏନ୍.ଡି.ଆର୍.ଏଫ୍. ମିଳିତ ଭାବରେ ରୋପ୍ ୱେର ମକ୍ ଡ୍ରିଲ୍ କରିଥିଲେ । ସେପଟେ ଏହି ରୋପ୍‌ ଓ୍ବେର ପୁନଃ କାର୍ଯ୍ୟକାରୀ ହେବା ଦ୍ବାରା ପର୍ଯ୍ୟଟଙ୍କ ସମାବେଶ ବଢ଼ିବା ନେଇ ଅନୁମାନ କରଯାଉଛି। ଆଗକୁ ନୂଆବର୍ଷ ମଧ୍ୟ ଆସୁଛି। ଏମିତିରେ ଏହା ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବା ନେଇ ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ସାଧା ପୋଷାକଧାରୀ ମହିଳା ପୋଲିସକୁ କମେଣ୍ଟ, ରୋଡ୍ ରୋମିଓକୁ ମାଡିବସିଲା ପୋଲିସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.