Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ସିସିଟିଭିରୁ ଧରାପଡ଼ିଲେ ଲୁଟେରା,  ଗିରଫ  ୨୮ ଟି ମୋବାଇଲ୍ ସହ ଅନ୍ୟାନ୍ୟ ଲୁଟ୍ ସାମଗ୍ରୀ ଜବତ

19/03/2023 at 9:13 PM

ଆନନ୍ଦପୁର, ୧୯/୦୩: ଆନନ୍ଦପୁର ଷ୍ଟେଟ୍ ବ୍ଯାଙ୍କ୍‌ ନିକଟ ଏକ ମୋବାଇଲ ଦୋକାନ ଲୁଟ୍‌ ଘଟଣାରେ ଲୁଟେରାଙ୍କୁ ଧରିଛି ଆନନ୍ଦପୁର ପୋଲିସ୍‌। ଗତ ୧୭ ତାରିଖ ରାତିରେ ସଟର ତାଡି ଲୁଟେରା କରିଥିଲେ ଏହି ଲୁଟେଲା। ଲୁଟେରା ଦ୍ବୟ ନାବାଳକ ହୋଇଥିବାବେଳେ ସେମାନଙ୍କ ଠାରୁ ୨୮ ଟି ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ଜଣଙ୍କ ଘର ଆନନ୍ଦପୁରରେ ହେଇଥିବା ବେଳେ ଅନ୍ୟଜଣେ ଫକୀରପୁର ଗ୍ରାମର ହୋଇଥିବା ସୂଚନା ମିଳିଛି। ଦୋକାନ ଭାଙ୍ଗିବାକୁ ଏକ ଶାବଳ ଧରି ଯାଉଥିବା ସମୟରେ ଉଭୟଙ୍କ ଚିତ୍ର ସିସିଟିଭି ରେ କଏଦ ହୋଇଥିଲା। ସିସିଟିଭିରୁ ଉଭୟଙ୍କୁ ଚିହ୍ନଟ  କରି ପୋଲିସ୍ ରବିବାର ଶାଳରଡା ନିକଟରୁ ସେମାନଙ୍କୁ ଗିରଫ କରିଛି। ପରେ ସେମାନଙ୍କ ସୂଚନା ଆଧାରରେ ୫୩ନଂ ରାଜ୍ଯ ରାଜପଥରର ବ୍ରାହ୍ମଣୀ ଦେବୀ ସ୍କୁଲ ନିକଟ ଏକ କଲଭର୍ଟ ଭିତରେ ଲୁଚାଇ ରଖିଥିବା ଲୁଟ୍ ସାମଗ୍ରୀକୁ ଜବତ କରିଥିଲା ପୋଲିସ୍‌।

   Related Posts