ସକାଳୁ ସନ୍ଧ୍ୟା ହେଲା ଚାଲିଛି ରାସ୍ତାରୋକ, ଧାନ ବସ୍ତା ରଖି ଧାରଣାରେ ବସିଲେ ଚାଷୀ, କହିଲେ- ଆମକୁ ପ୍ରାପ୍ୟ ମିଳୁ

Published By : Prameya-News7 Bureau | December 22, 2020 IST

ଭଦ୍ରକ ୨୨।୧୨ : ଧାନ ପାଇଁ ସକାଳ ୯ଟାରୁ ଚାଲିଛି ରାସ୍ତା ରୋକ । ସ୍ଵଂୟ ସହାୟକ ଗୋଷ୍ଠୀ ବଦଳରେ ସେବା ସମବାୟ ସମିତିରେ ଧାନ ବିକ୍ରୟ ଅନୁମତି ଦାବିରେ ରାସ୍ତା ରୋକ କରିଛନ୍ତି ଚାଷୀ । ରାସ୍ତା ଉପରେ ଧାନ ବସ୍ତା ଓ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଚାଷୀ । ଭଦ୍ରକ ଜିଲ୍ଲାର ଭଦ୍ରକ ଚାନ୍ଦବାଲି ଓ ଭଦ୍ରକ ବାସୁଦେବପୁର ରାସ୍ତାର ଇଚ୍ଛାପୁର ଛକ ନିକଟରେ ରାସ୍ତାରୋକ କରିଛନ୍ତି ଚାଷୀ । ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

ସୂଚନାଯୋଗ୍ୟ  ଭଦ୍ରକ ଜିଲ୍ଲା ବରହମପୁର ସେବା ସମବାୟ ସମିତି ଅଧିନରେ ବରହମପୁର ଓ କେଦାରପୁର ପଞ୍ଚାୟତର ଚାଷୀ ମାନେ ପଞ୍ଜିକୃତ ହୋଇଛନ୍ତି । ବିଭିନ୍ନ ସୁବିଧା ଓ ସୁଯୋଗର ଲାଭ ଉଠାଇଥାନ୍ତି । କିନ୍ତୁ ଚଳିତବର୍ଷ ଚାଷୀମାନେ ସେବା ସମବାୟ ସମିତି ବଦଳରେ ବରହମପୁର ପଞ୍ଚାୟତ ପାଇଁ ନିତାଇଗୌର ସ୍ଵଂୟ ସହାୟିକା ଗୋଷ୍ଠୀ ଓ କେଦାରପୁର ପଞ୍ଚାୟତ ପାଇଁ ଓଁ ନମଃ ଶିବାୟ ଗୋଷ୍ଠୀକୁ ଧାନ ସଂଗ୍ରହ ଦାୟିତ୍ୱ ଦିଆଯାଇଛି।

ତେବେ ଚାଷୀଙ୍କ ଅଭିଯୋଗ ଯେ ସ୍ଵଂୟ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ କଲେ ଚାଷୀ ତାଙ୍କ ପ୍ରାପ୍ୟ ଠିକ ସମୟରେ ପାଇବେ ନାହିଁ । ସେଥିପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ପୁନଃ ସେବା ସମବାୟ ସମିତିକୁ ଧାନ ସଂଗ୍ରହ ଦାୟିତ୍ୱ ଦେବା ପାଇଁ ଦାବି କରିଛନ୍ତି । ରାସ୍ତା ରୋକ ଜାରି ରହିବ ଓ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ । ତେବେ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ବୁଝାଇବା ପରେ ମଧ୍ୟ ଆଲୋଚନା ସଫଳ ହୋଇ ନାହିଁ । ଫଳରେ ଏବେ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.