Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫାଶୀ ପାଇଁ ରାସ୍ତା ସଫା, ନିର୍ଭୟା ଦୋଷୀ ପବନର ରାଜକ୍ଷମା ଆବେଦନ ଖାରଜ

2/03/2020 at 3:41 PM

ନୂଆଦିଲ୍ଲୀ୦୨|୦୧: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ତାର କ୍ୟୁରେଟିଭ ପିଟିସନ ପୂର୍ବରୁ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଥିଲା। ଏବେ ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସକାଳ ୬ଟାର ଫାଶୀ ହୋଇପାରେ।
ପବନ ଗତ ୨୮ ତାରିଖରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ଏଥିରେ ସେ ଫାଶୀଦଣ୍ଡକୁ ଆଜୀବନ ଜେଲରେ ପରିବର୍ତ୍ତନ କରିବାକୁ କହିଥିଲା। ତେବେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ପୂର୍ବରୁ ପଟିଆଲା ହାଉସ କୋର୍ଟ ନିର୍ଭୟା ଘଟଣାରେ ସମସ୍ତ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବା ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି କରିଥିଲେ।
ସୂଚନାଯୋଗ୍ୟ, ୨୦୧୨ ମସିହାରେ ଘଟିଥିବା ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ପୂର୍ବରୁ ୨ଥର ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇ ସାରିଛି। ତେବେ ବିଭିନ୍ନ ଆଇନର ଗଳିରେ ସେମାନେ ଏଥିରୁ ବର୍ତ୍ତି ଯାଉଥିଲେ। ଅନ୍ୟ ୩ ଦୋଷୀଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି।

   Related Posts