oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ତାଲିବାନ କବ୍‌ଜା ପରେ ଜନଜୀବନ ଅସ୍ତବ୍ୟସ୍ତ : ଆଫଗାନିସ୍ତାନରେ ୧୦ ଗୁଣା ବଢିଲା ବୁର୍ଖା ଦାମ୍

18/08/2021 at 12:26 PM

ନୂଆଦିଲ୍ଲୀ ୧୮/୦୮: ଶାନ୍ତି ଓ ବିକାଶର ନାରା ତାଲିବାନ ଦେଉଥିଲେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଆଫଗାନିସ୍ତାନ ବାସୀ । ବିଶେଷ କରି ମହିଳାଙ୍କ ଉପରେ ତାଲିବାନୀ ଆକ୍ରୋଶ କଥା ଭାବିବା ବେଳକୁ ଦେହ ଥରିଯାଉଛି। ମହିଳାଙ୍କ ପାଇଁ ବୁର୍ଖା ବାଧ୍ୟତାମୂଳକ ଥିବା ବେଳେ ସେମାନଙ୍କୁ ଚାକିରୀ କରିବାର ସୁଯୋଗ ମିଳୁ ନଥିଲା । ନିୟମ ଉଲ୍ଲଙ୍ଘନ କଲେ ଅକଥୀନୟ ସହ କଷ୍ଟକର ଦିଆଯାଉଥିଲା ନିର୍ଯାତନା ।

ପୁଣି ଥରେ ଏବେ ତାଲିବାନ ଫେରିବାରୁ ମହିଳାଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏଥିପାଇଁ ସେମାନେ ବୁର୍ଖା କିଣିବାରେ ଲାଗିଛନ୍ତି । ଏଥିପାଇଁ ବଜାରରେ ପ୍ରବଳ ଭିଡ଼ ଜମୁଛି। ହେଲେ ବୁର୍ଖାର ଦାମ ଅପେକ୍ଷାକୃତ ବଢିଯାଇଛି । ପୂର୍ବରୁ ବୁର୍ଖାର ଦାମ ଯେତିକି ଥିଲା, ଏବେ ତାହାର ୧୦ ଗୁଣ ଅଧିକ ଦରରେ ବିକ୍ରି ହେଉଛି । ଯେଉଁମାନେ ବୁର୍ଖା କିଣିବାରେ ଅକ୍ଷମ ହେଉଛନ୍ତି, ସେମାନେ ଘରେ ଥିବା ବେଡ୍‌ ଶିଟ୍‌କୁ କାଟି ପୂରା ଶରୀରକୁ ଘୋଡ଼ାଇ ରଖିବା ପାଇଁ ବ୍ୟବସ୍ଥା କରୁଛନ୍ତି । ଏଭଳି ପରିସ୍ଥିତିକୁ ନେଇ ଏବେ ଚାରିଆଡ଼େ ଭୟର ବାତାବରଣ ଦେଖାଯାଇଛି।

ପୂର୍ବରୁ ଥିବା ତାଲିବାନ ଶାସନ ସମୟରେ ମହିଳା ମାନଙ୍କୁ ସେମାନଙ୍କ ଶରୀର ଓ ମୁହଁ ବୁର୍ଖାରେ ଢାଙ୍କିବାର ପ୍ରାଧାନ୍ୟ ରହିଥିଲା । ସେମାନଙ୍କୁ ସ୍କୁଲ ଓ ଚାକିରି କରିବାକୁ ବାରଣ କରାଯାଉଥିଲା । ସେହିପରି ସେମାନେ ଘର ବାହାରକୁ ବାହାରିବା ବେଳେ ସେମାନଙ୍କ ସହ ଘରର ଜଣେ ପୁରୁଷ ଲୋକ ଯିବାର ନିୟମ ରହିଥିଲା।

   Related Posts